ପରମାଣୁ ସଂକ୍ରାନ୍ତ ଆଲୋଚନା ସମୟରେ ଆମେରିକା ଇରାନକୁ ବୋମାମାଡର ଧମକ ଦେବା ପରେ ଇରାନ ଏବେ ଉଚ୍ଚ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ଜବାବ୍ ଦେଉଛି। ଇରାନ ଏପରି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି ଯାହାର ବିଶ୍ୱବ୍ୟାପୀ ଆମେରିକା ସହିତ ଜଡିତ ସ୍ଥାନଗୁଡ଼ିକୁ ଆକ୍ରମଣ କରିବାର କ୍ଷମତା ରହିଛି। ଏହା ବିମାନ ଆକ୍ରମଣକୁ ସହ୍ୟ କରିବାର କ୍ଷମତା ହାସଲ କରିଛି।
ପ୍ରକାଶ ଥାଉ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଜଣେ ସାମ୍ବାଦିକଙ୍କୁ କହିଥିଲେ ଯେ, ଯଦି ଇରାନ ଆମେରିକାର ଦାବି ମାନିବାକୁ ମନା କରେ ତେବେ ଦେଶକୁ ବୋମାମାଡର ଶିକାର ହେବାକୁ ପଡିବ। ଏଭଳି ଇରାନ ଉପରେ ବୋମାମାଡ ହେବ ଯେ ଯାହା କେବେ ଦେଖି ନ ଥିବେ। ସେପଟେ ଇରାନର ଏଭଳି ଉଚ୍ଚଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ଆମେରିକାରେ ଭୟର ବାତାବରଣ ସୃଷ୍ଟି କରିଛି।

ପ୍ରକାଶ ଥାଉ କି, ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ଶ୍ରୀ ଟ୍ରମ୍ପ ୨୦୧୫ ମସିହାର ମିଳିତ ବ୍ୟାପକ କାର୍ଯ୍ୟ ଯୋଜନା (JCPOA) ରୁ ଆମେରିକାକୁ ପ୍ରତ୍ୟାହାର କରିଥିଲେ, ଯାହାକୁ ଇରାନ ପରମାଣୁ ଚୁକ୍ତି ଭାବରେ ଜଣାଶୁଣା। ଏହି ଚୁକ୍ତିନାମା ପ୍ରତିବନ୍ଧକରୁ ମୁକ୍ତି ପାଇଁ ଇରାନର ପରମାଣୁ କାର୍ଯ୍ୟକଳାପ ଉପରେ କଠୋର ସୀମାବଦ୍ଧତା ଲାଗୁ କରିଥିଲା।

ଶ୍ରୀ ଟ୍ରମ୍ପ ପୁନରାବୃତ୍ତି କରିଥିଲେ ଯେ ତାଙ୍କ ପ୍ରଶାସନ ଆଲୋଚନା ପାଇଁ ଖୋଲା ରହିଛି କିନ୍ତୁ ଜୋର ଦେଇଥିଲେ ଯେ ଇରାନକୁ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ପଡିବ।

ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ଲଢିବ

ଆତଙ୍କବାଦ, ସଶସ୍ତ୍ର ସଂଘର୍ଷର ସମ୍ଭାବନା ଯୋଗୁଁ ଭାରତ-ପାକିସ୍ତାନ ସୀମା ଓ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ପ୍ରଦେଶକୁ ଯାତ୍ରା ନ କରିବା ପାଇଁ ଆମେରିକା ପରାମର୍ଶ ଜାରି କରିଛି।

ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏହି ଯାତ୍ରା ପରାମର୍ଶ ଜାରି କରିଛି। ପରାମର୍ଶରେ କୁହାଯାଇଛି ଯେ ଲୋକମାନେ ଆତଙ୍କବାଦ ଏବଂ ସଶସ୍ତ୍ର ସଂଘର୍ଷର ସମ୍ଭାବନା ଯୋଗୁଁ ପାକିସ୍ତାନ ଯାତ୍ରା ବିଷୟରେ ପୁନଃବିଚାର କରିବା ଉଚିତ।
ଆତଙ୍କବାଦ ଯୋଗୁଁ ଆମେରିକୀୟମାନଙ୍କୁ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ଯାତ୍ରା ନ କରିବାକୁ କୁହାଯାଇଛି, ଯେଉଁଥିରେ ପୂର୍ବତନ ସଂଘୀୟ ପ୍ରଶାସିତ ଆଦିବାସୀ ଅଞ୍ଚଳ (FATA)କୁ ମଧ୍ୟ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଏହା ଆତଙ୍କବାଦ ଏବଂ ସଶସ୍ତ୍ର ସଂଘର୍ଷର ସମ୍ଭାବନା ଯୋଗୁଁ ଭାରତ-ପାକିସ୍ତାନ ସୀମା ଏବଂ ନିୟନ୍ତ୍ରଣ ରେଖାର ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନ କରିବାକୁ କୁହାଯାଇଛି। କୁହାଯାଉଛି ଯେ ହିଂସାତ୍ମକ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନରେ ଆକ୍ରମଣ ଷଡଯନ୍ତ୍ର ଜାରି ରଖିଛନ୍ତି। ବେଲୁଚିସ୍ତାନ ପ୍ରଦେଶ ଏବଂ ଖାଇବର ପଖତୁନଖ୍ୱା ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ପ୍ରାୟତଃ ଘଟୁଛି, ଯେଉଁଥିରେ ପୂର୍ବତନ FATA ଅନ୍ତର୍ଭୁକ୍ତ। ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ମୃତାହତ ହୋଇଛନ୍ତି, ଏବଂ ଛୋଟ ଧରଣର ଆକ୍ରମଣ ବାରମ୍ବାର ଘଟୁଛି।

ଆତଙ୍କବାଦ ଏବଂ ଉଗ୍ରବାଦୀ ଉପାଦାନଗୁଡ଼ିକ ଦ୍ୱାରା ଚାଲିଥିବା ହିଂସା ସାଧାରଣ ନାଗରିକଙ୍କ ଉପରେ ଏବଂ ସ୍ଥାନୀୟ ସାମରିକ ଏବଂ ପୋଲିସ ଲକ୍ଷ୍ୟସ୍ଥଳ ଉପରେ ଅବାଧ ଆକ୍ରମଣ କରିଛି। ଆତଙ୍କବାଦୀମାନେ ପରିବହନ କେନ୍ଦ୍ର, ବଜାର, ସପିଂ ମଲ୍, ସାମରିକ ପ୍ରତିଷ୍ଠାନ, ବିମାନବନ୍ଦର, ବିଶ୍ୱବିଦ୍ୟାଳୟ, ପର୍ଯ୍ୟଟନସ୍ଥଳ, ସ୍କୁଲ, ହସ୍ପିଟାଲ, ପୂଜାସ୍ଥଳ ଏବଂ ସରକାରୀ ସୁବିଧାଗୁଡ଼ିକୁ ଟାର୍ଗେଟ କରି ସାମାନ୍ୟ କିମ୍ବା କୌଣସି ସତର୍କତା ବିନା ଆକ୍ରମଣ କରିପାରନ୍ତି। ଆତଙ୍କବାଦୀମାନେ ଅତୀତରେ ଆମେରିକୀୟ କୂଟନୀତିଜ୍ଞ ଏବଂ କୂଟନୀତିଜ୍ଞ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଛନ୍ତି ବୋଲି ପରାମର୍ଶ ଦିଆଯାଇଛି।

ଗାଜାରେ ବନ୍ଦୀ ଥିବା ଆମେରିକୀୟମାନଙ୍କୁ ମୁକ୍ତ କରିବା ପାଇଁ ହମାସକୁ ଟ୍ରମ୍ଫଙ୍କ ଅନ୍ତିମ ଚେତାବନୀ ଶୁଣାଇଛନ୍ତି। ସମସ୍ତ ପ୍ରକାର ସହାୟତା ଦିଆଯିବ, କିନ୍ତୁ ପଣ ବନ୍ଦୀଙ୍କୁ ନ ଛାଡ଼ିଲେ ଜଣେ ହେଲେ ହମାସ ସଦସ୍ୟ ସୁରକ୍ଷିତ ରହିବେ ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ବିସ୍ତୃତ ପୋଷ୍ଟ କରି ଜଣାଇଛନ୍ତି ଟ୍ରମ୍ଫ।

ହ୍ୱାଇଟ୍ ହାଉସ୍ ବନ୍ଧକଙ୍କ ସମ୍ପର୍କରେ ହମାସ ସହିତ ସିଧାସଳଖ ଆଲୋଚନା କରୁଥିବା ନିଶ୍ଚିତ କରିବାର କିଛି ଘଣ୍ଟା ପରେ ଏଭଳି ପୋଷ୍ଟ କରିଛନ୍ତି ଟ୍ରମ୍ଫ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୱାଶିଂଟନ୍ ଏପର୍ଯ୍ୟନ୍ତ ଏହି ଗୋଷ୍ଠୀ ସହିତ ସିଧାସଳଖ ସମ୍ପର୍କକୁ ଏଡ଼ାଇ ଆସିଛି, ଏବଂ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ସହିତ ସିଧାସଳଖ ସମ୍ପର୍କ ରଖିବା ବିରୁଦ୍ଧରେ ଆମେରିକାର ଏକ ଦୀର୍ଘକାଳୀନ ନୀତି ରହିଛି।
ତେବେ ସମସ୍ତ ବନ୍ଧକଙ୍କୁ ଏବେ ମୁକ୍ତ କରିବା ପାଇଁ କହିବା ସହ ଯେଉଁମାନଙ୍କୁ ହତ୍ୟା କରିଛନ୍ତି ସେମାନଙ୍କର ସମସ୍ତ ମୃତଦେହ ତୁରନ୍ତ ଫେରାଇ ଦେବା ପାଇଁ କହିଛନ୍ତି ଟ୍ରମ୍ଫ। ନଚେତ୍ ହମାସ ପାଇଁ ସବୁକିଛି ସରିଗଲା ବୋଲି ଧରିନେବକୁ ହେବ। ଏପରି କି ତୁମ ମୃତ୍ୟୁ ସୁନିଶ୍ଚିତ ବୋଲି ଧାରିନିଅ।

ଏହା ପ୍ରଥମଥର ନୁହେଁ ଯେ ଟ୍ରମ୍ପ ହମାସକୁ ଧମକ ଦେଇଛନ୍ତି। ଡିସେମ୍ବରରେ, ସେ କହିଥିଲେ ଯେ ଯଦି ସେ ଦାୟିତ୍ୱ ନେବା ସୁଦ୍ଧା ବନ୍ଧକମାନଙ୍କୁ ମୁକ୍ତ କରାନଯାଏ ତେବେ “ସମସ୍ତ ମୂଲ୍ୟ ଦେବାକୁ ପଡିବ। ପ୍ରକାଶ ଥାଉ କି,
ହାମାସ ଏବଂ ଜଣେ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଦୁଇଟି ସିଧାସଳଖ ବୈଠକ ହୋଇଛି। ଏହା ପୂର୍ବରୁ ଅନେକ ଯୋଗାଯୋଗ ହୋଇଛି। ଜଣେ ପାଲେଷ୍ଟାଇନୀ ସୂତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱାଶିଂଟନ ଡିସି ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

କୁହାଯାଉଛି ଯେ ଉଭୟ ଦେଶର ନେତା ଶୁଳ୍କ, ପ୍ରବାସୀ ସମସ୍ୟା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବହୁ ପ୍ରତୀକ୍ଷିତ ବୈଠକ ପୂର୍ବରୁ ଟ୍ରମ୍ପ ଏକ ବିବୃତ୍ତି ଦେଇ କହିଛନ୍ତି, ଯେଉଁ ଦେଶ ଆମେରିକା ଉପରେ ଶୁଳ୍କ ଲଗାନ୍ତି, ଆମେ ସେମାନଙ୍କଠାରୁ ଶୁଳ୍କ ଆଦାୟ କରୁ।
ଏଲନ୍ ମସ୍କଙ୍କ ଫକ୍ସ ନ୍ୟୁଜ୍ ସହିତ ସାକ୍ଷାତକାରରେ , ଟ୍ରମ୍ପ ଭାରତର ଟାରିଫ୍ ନୀତି ବିଷୟରେ କହିଛନ୍ତି ଯେ, ବିଶ୍ୱର ପ୍ରତ୍ୟେକ ଦେଶ ଆମଠାରୁ ଫାଇଦା ଉଠାନ୍ତି ଏବଂ ସେମାନେ ଟାରିଫ୍ ସହିତ ଏହା କରନ୍ତି। ଉଦାହରଣ ସ୍ୱରୂପ, ସେମାନେ ଆମ ପାଇଁ ଭାରତରେ ଏକ କାର ବିକ୍ରୟ କରିବା ପ୍ରାୟ ଅସମ୍ଭବ କରିଦିଅନ୍ତି। ଯଦିବା ସେ ନିଶ୍ଚିତ ନୁହଁନ୍ତି, କିନ୍ତୁ ସତ୍ୟ ବୋଲି ବିଶ୍ୱାସ କରୁଥିବା ଟ୍ରମ୍ପ ଗଣ ମାଧ୍ୟମ ଆଗରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଦ୍ୱାରା ଲାଗୁ କରାଯାଇଥିବା ଉଚ୍ଚ ଶୁଳ୍କ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହା ଫଳରେ ଆମେରିକୀୟ କମ୍ପାନୀଗୁଡ଼ିକ ସେଠାରେ ଉତ୍ପାଦ ବିକ୍ରୟ କରିବା କଷ୍ଟକର ହୋଇପଡ଼ିଛି।