TT Ads

ରାଜ୍ୟର ପ୍ରମୁଖ ପୌର ନିଗମ ଅଞ୍ଚଳରୁ ନିର୍ଗତ ଆବର୍ଜନା ଜଳର ୯୦ ପ୍ରତିଶତ ପରିଚାଳନା ହୋଇପାରୁନାହିଁ। ସେଗୁଡିକ ବିଭିନ୍ନ ନଦୀ ଓ ହ୍ରଦରେ ମିଶୁଛି। ଏନେଇ ସିଏଜି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣା ପଡ଼ିଛି
ରାଜଧାନୀରୁ ପ୍ରତିଦିନ ୨୧୬.୫୧ ମିଲିୟନ ଲିଟର ଆବର୍ଜନା ଜଳ ବାହାରୁଥିବା ବେଳେ ସେଥିରୁ ୨୯.୭୫ ମିଲିୟନ ଲିଟର ସ୍ୱେରେଜ୍ ମାଧ୍ୟମରେ ସଂଗ୍ରହ ହେଉଥିବା ବେଳେ ଅବଶିଷ୍ଟ ଆବର୍ଜନା ଜଳ ବିଭିନ୍ନ ନଦୀ ଓ ହ୍ରଦରେ ମିଶୁଛି। ବିଶେଷକରି ଦୟା ଓ କୁଆଖାଇ ନଦୀ ପ୍ରଦୁଷିତ ହେବାର ଏହା ହିଁ ମୁଖ୍ୟ କାରଣ ହେଉଛି।
ପ୍ରକାଶ ଥାଉକି ରାଜଧାନୀର ପ୍ରାୟ ୧୭ ଲକ୍ଷ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଆବର୍ଜନା ଜଳ ଓ ବିଭିନ୍ନ ଶିଳ୍ପଞ୍ଚଳରୁ ବାହାରୁଥିବା ଜଳ ଗଙ୍ଗୁଆ ନାଳ ଦେଇ ପିପିଲି ଠାରେ ଦୟା ନଦୀରେ ମିସୁଛି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ନିକଟରେ କଣାସ ଅଞ୍ଚଳର ୩୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ବେଳେ ବେସରକାରୀ ଭାବେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
କେବଳ କଣାସ ନୁହେଁ ରାଜଧାନୀ ଉପକଣ୍ଠବର୍ତ୍ତୀ ଅଞ୍ଚଳର ଅଧିକାଂଶ ଅଞ୍ଚଳର ଲୋକେ ନଦୀ ଜଳ ବ୍ୟବହାର କରି ଗୁରୁତର ଚର୍ମ ଓ ପାକସ୍ଥଳୀଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି।

TT Ads

Leave a Reply

Your email address will not be published. Required fields are marked *