ଶେଷରେ ସାତ ବର୍ଷର ନାବାଳିକାକୁ ଛାଡ଼ିଲେନି ଦେହ ଲୋଭି ରାକ୍ଷସ। ରାଉରକେଲା ଚାନ୍ଦିପୋଷ ଷ୍ଟେସନ ନିକଟରେ ଥିବା ଏକ ପରିତ୍ୟକ୍ତ କ୍ୟାବିନ ଭିତରେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଛି ଜଣେ ବସ୍ ହେଲପର। ଏ ନେଇ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି।
ଅଭିଯୋଗ ଅନୁଯାୟୀ, ଶନିବାର ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେ। ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୭ ବର୍ଷ ନାବାଳିକା ଷ୍ଟେସନ ନିକଟରେ ଖେଳୁଥିଲେ l ସେହି ସମୟରେ ବସ ହେଲପର ଡମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ନିକଟସ୍ଥ ପରିତ୍ୟକ୍ତ କ୍ୟାବିନକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ କାନ୍ଦଶୁଣି ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଅଭିଯୁକ୍ତ ଡମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନାହିଁ।


