ଆପଣଙ୍କ ପାଖରେ ଟଙ୍କା ଥିଲେ ବି ମିଳିବନି ପେଟ୍ରୋଲ କି ଡିଜେଲ ! ବିଶେଷକରି ୧୦ ବର୍ଷ ତଳର ଡିଜେଲ ଗାଡ଼ି ଓ ୧୫ ବର୍ଷ ତଳର ପେଟ୍ରୋଲ ଗାଡ଼ିକୁ ଦିଆଯିବନି ତେଲ। ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହେବ। ଏନଜିଟି ନିର୍ଦ୍ଦେଶ ମୁତାବକ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି।
ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପୁରୁଣା ଗାଡ଼ି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକରେ ଲଗାଯାଇଛି ପୁରୁଣା ନମ୍ବର ପ୍ଲେଟ ଚିହ୍ନଟ ପାଇଁ ସ୍ବତନ୍ତ୍ର କ୍ୟାମେରା। ସେହି କ୍ୟାମେରା ମାଧ୍ୟମରେ ଗାଡ଼ି ଚିହ୍ନଟ କରାଯିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଯେଉଁ ପୁରୁଣା ଗାଡ଼ି ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଆସିବ ତାକୁ ପେଟ୍ରୋଲ ତ ମିଳିବ ନାହିଁ। କିନ୍ତୁ ତାକୁ ଟ୍ରାକ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରକାଶ ଥାଉ କି ଦିଲ୍ଲୀରେ ଅହେତୁକ ପ୍ରଦୂଷଣ ବୃଦ୍ଧିକୁ ନେଇ ଏନଜିଟି (ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍ ) ଉଦବେଗ ପ୍ରକାଶ କରିବା ପରେ ଏବେ ସହରରେ ଅଡ୍ ଇଭିନ୍ ଗାଡ଼ି ଚଳାଚଳ କରୁଛି। ତେବେ ଏସବୁ ସତ୍ତ୍ବେ ଅନେକ ଯାନବାହାନ ନିୟମ ଉଲ୍ଲଂଘନ କରି ଚଳାଚଳ କରୁଛି। ଫଳରେ ସହରରେ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଦିଲ୍ଲୀ ପ୍ରଦ୍ୟୁଷଣ ପରେ ଦେଶର ଅନ୍ୟ ଯେଉଁ ସହରରେ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି ପାଉଛି ସେସବୁ ଗୁଡିକରେ ଆବଶ୍ୟକ ପଡିଲେ ଏହି ନିୟମ କାର୍ଯ୍ୟକାରୀ କରାଯିବ। ଏ ଦିଗରେ ଏନଜିଟି ତୀକ୍ଷ୍ଣ ଦୃଷ୍ଟି ରଖିଛି।

ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ଲଢିବ

ରାଜ୍ୟର ପ୍ରମୁଖ ପୌର ନିଗମ ଅଞ୍ଚଳରୁ ନିର୍ଗତ ଆବର୍ଜନା ଜଳର ୯୦ ପ୍ରତିଶତ ପରିଚାଳନା ହୋଇପାରୁନାହିଁ। ସେଗୁଡିକ ବିଭିନ୍ନ ନଦୀ ଓ ହ୍ରଦରେ ମିଶୁଛି। ଏନେଇ ସିଏଜି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣା ପଡ଼ିଛି।
ରାଜଧାନୀରୁ ପ୍ରତିଦିନ ୨୧୬.୫୧ ମିଲିୟନ ଲିଟର ଆବର୍ଜନା ଜଳ ବାହାରୁଥିବା ବେଳେ ସେଥିରୁ ୨୯.୭୫ ମିଲିୟନ ଲିଟର ସ୍ୱେରେଜ୍ ମାଧ୍ୟମରେ ସଂଗ୍ରହ ହେଉଥିବା ବେଳେ ଅବଶିଷ୍ଟ ଆବର୍ଜନା ଜଳ ବିଭିନ୍ନ ନଦୀ ଓ ହ୍ରଦରେ ମିଶୁଛି। ବିଶେଷକରି ଦୟା ଓ କୁଆଖାଇ ନଦୀ ପ୍ରଦୁଷିତ ହେବାର ଏହା ହିଁ ମୁଖ୍ୟ କାରଣ ହେଉଛି।
ପ୍ରକାଶ ଥାଉକି ରାଜଧାନୀର ପ୍ରାୟ ୧୭ ଲକ୍ଷ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଆବର୍ଜନା ଜଳ ଓ ବିଭିନ୍ନ ଶିଳ୍ପଞ୍ଚଳରୁ ବାହାରୁଥିବା ଜଳ ଗଙ୍ଗୁଆ ନାଳ ଦେଇ ପିପିଲି ଠାରେ ଦୟା ନଦୀରେ ମିସୁଛି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ନିକଟରେ କଣାସ ଅଞ୍ଚଳର ୩୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ବେଳେ ବେସରକାରୀ ଭାବେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
କେବଳ କଣାସ ନୁହେଁ ରାଜଧାନୀ ଉପକଣ୍ଠବର୍ତ୍ତୀ ଅଞ୍ଚଳର ଅଧିକାଂଶ ଅଞ୍ଚଳର ଲୋକେ ନଦୀ ଜଳ ବ୍ୟବହାର କରି ଗୁରୁତର ଚର୍ମ ଓ ପାକସ୍ଥଳୀଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି।