TT Ads

ମହତ ମଣିଷର ମହତ ଚିନ୍ତା ତା’ର ପିଲାଟି ବେଳୁ ହିଁ ଜଣାପଡ଼ିଯାଏ। ଘଟଣାଟି ବିବେକାନନ୍ଦଙ୍କ ପିଲାବେଳର କଥାରୁ ହିଁ ଜଣା ପଡେ।

ପିଲାବେଳେ ବିବେକାନନ୍ଦଙ୍କ ସମସ୍ତେ ନରେନ୍ ବୋଲି ଡାକୁଥିଲେ। ଦିନେ ସ୍କୁଲରେ ଶିକ୍ଷକ ପଚାରିଲେ ନରେନ୍, ତମେ ବଡ଼ହେଲେ କ’ଣ ହେବ। ନରେନ ଉତ୍ତରଦେଲେ ସାର, ମୁଁ ବଡ଼ହେଲେ ଜଣେ ଗାଡ଼ି ଚାଳକ ହେବି। ଏହା ଶୁଣି ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ। ଏକଥା ବି ତାଙ୍କ ବାପାମାଆଙ୍କ କାନରେ ପଡ଼ିଲା। ସେମାନେ ବି ପୁଅର ଏଭଳି କଥା ଶୁଣି ମନଦୁଃଖ କଲେ।
ବିଶେଷକରି, ନରେନର ଉତ୍ତର ତା’ ମାଆଙ୍କୁ ଅଧିକ କଷ୍ଟ ଦେଇଥିଲା। ଏକଥା ନରେନ ଜାଣୁଥିଲେ ଓ ବୁଝୁଥିଲେ। ହେଲେ ମାଆଙ୍କୁ କେମିତି ବୁଝେଇବେ ସେକଥା ଜାଣିପାରୁ ନ ଥିଲେ। ଦିନେ ମାଆଙ୍କ ସହ ସେ ଜଣେ ପଡ଼ୋଶୀଙ୍କ ଘରକୁ ବୁଲିଗଲେ। ପଡ଼ୋଶୀଙ୍କ ଘରରେ ମହାଭାରତକୁ ନେଇ ଗୋଟିଏ ବଡ଼ ପେଣ୍ଟିଂ ଲାଗିଥିଲା ଯେଉଁଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥ ଚଳାଉଥିଲେ। ନରେନ ମାଆଙ୍କୁ ପଚାରିଲେ ମାଆ ଚିତ୍ରରେ ଶ୍ରୀକୃଷ୍ଣ କ’ଣ କରୁଛନ୍ତି? ମାଆ କହିଲେ ଶ୍ରୀକୃଷ୍ଣ ଧର୍ମର ରଥ ଚଳାଉଛନ୍ତି। ନରେନ୍ କହିଲେ ଯଦି ଶ୍ରୀକୃଷ୍ଣ ଶ୍ରେଷ୍ଠ ହୋଇ ରଥଚାଳକ ହୋଇପାରିଲେ ତା’ହେଲେ ମୁଁ ଗାଡ଼ିଚାଳକ ହେବାରେ ଅସୁବିଧା କେଉଁଠି ? ମୁଁ ତ ବଡ଼ ହେଲେ ଧର୍ମର ଗାଡ଼ି ଚଳାଇବି ବୋଲି ପଣ କରିଛି। ପୁଅ ନରେନଙ୍କୁ ଦେବା ଲାଗି ମାଆଙ୍କ ନିକଟରେ କୌଣସି ଉତ୍ତର ନ ଥିଲା।

TT Ads

Leave a Reply

Your email address will not be published. Required fields are marked *