TT Ads

ଆଉ ମାତ୍ର ଦିନ କେତୋଟି ପରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ତିନି ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ବୟାନ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ କି ?
ଆସନ୍ତୁ ଜାଣିବା ଦିଲ୍ଲୀର ମତଦାନ ହାର ଓ ପ୍ରାକ୍ ନିର୍ବାଚନୀ ସ୍ଥିତି। ଗତ କିଛି ଦିନ ତଳର ସ୍ଥିତିକୁ ଅନୁଧ୍ୟାନ କଲେ ଦିଲ୍ଲୀର ମୋଟ ଭୋଟରଙ୍କ ମଧ୍ୟରୁ ଆମ ଆଦମୀ ପାର୍ଟିର ହାତରେ ୩୫ ପ୍ରତିଶତ ଭୋଟ ରହିଥିଲା ବେଳେ କଂଗ୍ରେସର ୨୦ ପ୍ରତିଶତ ଓ ବିଜେପିର ୩୦ ପ୍ରତିଶତ ପକେଟ୍ ଭୋଟ ରହିଥିଲା। ବାକି ୧୫ ପ୍ରତିଶତ ଫ୍ଲୋଟିଂ ଭୋଟ ରହିଛି। ଫ୍ଲୋଟିଂ ଭୋଟର୍ ହିଁ ନିର୍ବାଚନରେ ଚୂଡାନ୍ତ ବିଜୟ ନିର୍ଦ୍ଧାରଣ କରନ୍ତି।
ସେହି ଭୋଟରଙ୍କୁ ହଟାଇବା ପାଇଁ ବିଜେପି ଲାଗି ପଡ଼ିଥିଲା। ମୋଦୀଙ୍କ ଅପେକ୍ଷା ଯୋଗୀଙ୍କ ପ୍ରଚାର ଏହାକୁ ଅଧିକ ବିଜେପି ଆଡ଼କୁ ଅଧିକ ପ୍ରଭାବିତ କରିଥିଲା। ଏହା ଦ୍ବାରା ମୋଟ ଭୋଟ ତିନିଭାଗ ହୋଇଥିଲେ ବିଜେପି ଫାଇଦାରେ ରହିବା କଥା। ଯାହା ପୂର୍ବ ଆକଳନ କରାଯାଇଥିଲା। କିନ୍ତୁ ସୋନିଆଙ୍କ ବୟାନ ପରେ କଂଗ୍ରେସ ଭୋଟ ପ୍ରଭାବିତ ହେବ।

ବିଶେଷକରି ଦିଲ୍ଲୀରେ କଂଗ୍ରେସ ହାତରେ ଥିବା ବିଜେପି ବିରୋଧୀ ଭୋଟ ଆପ୍ ହାତକୁ ଆସିବାର ସମ୍ଭାବନା ରହିଛି। ଯାହା ବିଜେପି ପାଇଁ କାଳ ହେବ। କୁହାଯାଉଛି ଯେ ଭାଜପାକୁ ଚେକ୍ ଦେଇ ଆମ୍ ଆଦମୀ ପାର୍ଟି ଜିତାଇବା ପାଇଁ ବାମ ସାମ୍ମୁଖ୍ୟର ସୋନିଆ ଏଭଳି କହିଛନ୍ତି।  ଅର୍ଥାତ ଏହା ଏକ ପ୍ରାୟୋଜିତ ବୟାନ। ଅପରପକ୍ଷେ ବିଜେପି ଏହାକୁ ଇସ୍ୟୁ କରିବା ଓ ଚର୍ଚ୍ଚାରେ ରଖିବା ଦଳକୁ କ୍ଷତି ପହଞ୍ଚାଇବ।

TT Ads

Leave a Reply

Your email address will not be published. Required fields are marked *