ଆରଡ଼ି ଶୈବପୀଠରେ ଶିବରାତ୍ରୀ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ ଏତେ ମାତ୍ରାରେ ବଢିବା ସହ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣ ଆହତ ହୋଇଛନ୍ତି। ଠେଲାପେଲାରେ ଆହତଙ୍କ ମଧ୍ୟରେ ୫ ଜଣ ମହିଳା ରହିଥିବା ବେଳେ ୬ ଜଣ ଶିଶୁ ରହିଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି।
ପ୍ରକାଶ ଥାଉ କି ପବିତ୍ର ଜାଗରଯାତ୍ରା ପାଇଁ ବୁଧବାର ସକାଳୁ ସକାଳୁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। କିନ୍ତୁ ଘୋର ଅବ୍ଯବସ୍ଥା ପାଇଁ ନୀତିକାନ୍ତି ଓ ଜଳସେବାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଦର୍ଶନ ସମୟରେ ଭକ୍ତଙ୍କ ମଧ୍ଯରେ ପେଲାଠେଲା ଓ ଦଳାଚକଟା ହୋଇଥିଲା। ଏଭଳି ହୋଇଥିଲା ଯେ ଶ୍ରଦ୍ଧାଳୁ ବ୍ଯାରିକେଡ ଛାଡି ମନ୍ଦିର ମୁଖ୍ୟ ଗର୍ଭଗୃହରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। ପୁଲିସ ସହ ଶ୍ରଦ୍ଧାଳୁଙ୍କ ଠେଲାପେଲା ହୋଇଥିଲା। କିଛି ଅଣ ସେବାୟତ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଭିଡ ପାଇଁ ମହାପ୍ରଭୁଙ୍କ ପହିଲି ଭୋଗ ୧ ଘଣ୍ଟ ବିଳମ୍ବ ହୋଇଥିଲା। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି ହୋଇଛି।


