TT Ads

କୁମ୍ଭ ମେଳା ଭାରତୀୟ ସଂସ୍କୃତି ଓ ବିଶ୍ୱାସ ସହିତ ଜଡିତ। ଚଳିତବର୍ଷ କୁମ୍ଭ ମେଳରେ ଲକ୍ଷାଧିକ ଲୋକ ବୁଡ଼ ପକାଇଇଥିବା ବେଳେ ଏହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଯାହା ଅନେକ ଭାରତୀୟଙ୍କୁ ଚକିତ କରି ଦେଇଛି
ଖବର ନେବାରୁ ଜଣାପଡ଼ିଛି ଯେ, କୁମ୍ଭମେଳାକୁ ଆସିଥିବା ଯୁବତୀ ଓ ମହିଳାମାନଙ୍କ ଫଟୋ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଛୋଟ ଛୋଟ ଭିଡ଼ିଓ ଓ ଫଟୋକୁ ପୋଷ୍ଟ କରି କିଛି ଦୁବୃର୍ତ୍ତ ପୂରା ଭିଡ଼ିଓ ଦେଖିବା ପାଇଁ ଅର୍ଥ ଦାବି କରୁଛନ୍ତି। ଯାହାକୁ ନେଇ ବିବାଦରେ ଫସି ଯାଇଛନ୍ତି ଯୋଗୀ ସରକାର। ଉତ୍ତର ପ୍ରଦେଶ ପୁଲିସ ଓ ପ୍ରଶାସନର ଅବହେଳା ପାଇଁ ଏହି ଫଟୋ ଓ ଭିଡ଼ିଓ ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ସେଗୁଡିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ବିରୋଧୀ ଦଳର ମୁଖ୍ୟ ଅଖିଳେଶ ଯାଦବ।
ଅପରପକ୍ଷେ ଉତ୍ତର ପ୍ରଦେଶ ପୁଲିସ ଏ ନେଇ ଖୋଳତାଡ଼ ଆରମ୍ଭ କରିଛି ଏବଂ ଏଭଳି ଫଟୋ ଓ ଭିଡ଼ିଓକୁ ସାମାଜିକ ଗଣ ମାଧ୍ୟମରୁ ହଟାଇବା ପାଇଁ ମେଟାକୁ ଚିଠି ଲେଖିଛି।

TT Ads

Leave a Reply

Your email address will not be published. Required fields are marked *