ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମିନେରାଲ ପାଣି ବୋତଲ ଭିତରେ ଦେଶୀ ମଦ ପାର୍ଶଲ ହୋଇ ବଜାରକୁ ଛଡ଼ା ଯାଉଥିଲା। ଗ୍ରାହକ ବି ସୁବିଧା ଉପାୟରେ ତାକୁ କିଣି ପିଉଥିଲେ। ମିନେରାଲ ପାଣି ବୋତଲରେ ଏଭଳି ମଦ ବିକ୍ରି ନେଇ ସୂଚନା ପାଇବା ପରେ ଖୋଳତାଡ କରିଥିଲା ଅବକାରୀ ବିଭାଗ।

ଚେର ଖୋଜୁ ଖୋଜୁ ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଥିଲା ଅବକାରୀ ବିଭାଗ। ଦରୁଠେଙ୍ଗ ଅଞ୍ଚଳରେ ଥିବା ଜଙ୍ଗଲ ଭିତରେ ଚାଲିଥିବା ମିନେରାଲ ପାଣି ପ୍ରସ୍ତୁତ କାରଖାନାରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ହାସଲ କରିଥିଲେ ଅବକାରୀ ଅଧିକାରୀ।

ଜଣାପଡିଲା ଯେ ଯେଉଁ ପାଣି ଫ୍ୟକ୍ତ୍ତିରେ ସେମାନେ ପହଞ୍ଚିଛନ୍ତି ତାହା ପ୍ରକୃତରେ ପାଣି ଫ୍ୟାକ୍ଟ୍ରି ନୁହେଁ ବରଂ ବେଆଇନ ମଦ ତିଆରି କାରଖାନା। ଚଢ଼ଉ ପରେ ୧୦ ହଜାର ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଯାହାର ବଜାର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା। ଏଥି ସହିତ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଖବର ନେବାରୁ ଜଣା ପଡ଼ିଛି ଯେ, ପାଣି ପ୍ୟାକିଂ କାରଖାନାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ ରାଜଧାନୀ ସମେତ ଉପକଣ୍ଠବର୍ତ୍ତୀ ଅଞ୍ଚଳ ତଥା କଟକ ଓ ଏହାର ଆଖପାଖ ଅଞ୍ଚଳକୁ ପଠା ଯାଉଥିଲା। ସେହିଭଳି ପାଣି ଗାଡ଼ିରେ ରାଜ୍ୟର ଅନ୍ୟ ଜିଲ୍ଲାକୁ ପଠା ଯାଉଥିଲା।
ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ଘଟଣା ଅନୁସନ୍ଧାନ କରୁଛି।

ଓଡ଼ିଶା ବଜାରରେ ନକଲି ଔଷଧ

ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ; କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର  ନୂଆ ଅବକାରୀ ନୀତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଇଛନ୍ତି ଯେ, ରାଜ୍ୟରେ ଭଲ ମାନର ମଦ ପ୍ରସ୍ତୁତିକୁ ରାଜ୍ୟ ସରକାର ପ୍ରୋତ୍ସିତ କରିବେ। ବିଶେଷକରି ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଓ ମହୁଲରୁ ମଦ ପ୍ରସ୍ତୁତ କରିବା ନେଇ ସରକାର ପ୍ରୋତ୍ସାହନ କରିବେ। ଏଥିପାଇଁ ରାଜ୍ୟ ସରକାର ସବ୍‌ସିଡ୍‌ ରାଶି ପ୍ରଦାନ କରିବେ। ଆଗ୍ରହୀ କମ୍ପାନୀକୁ ସବ୍‌ସିଡ୍‌ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ ଆଲୋଚନା ହୋଇଛି।
ସେହିଭଳି ରାଜ୍ୟ ସରକାର ଏବେ ଉନ୍ନତମାନର ମଦକୁ ପ୍ରୋତ୍ସାହିତ କରିବେ। ଏଥିପାଇଁ ଉଚ୍ଚସ୍ତରୀୟ ଅବକାରୀ ବୈଠକରେ ଆଲୋଚନା ହୋଇଛି। ଏଥର ବିଭାଗର ସ୍ଲୋଗାନ ରହିଛି କମ୍‌ ପିଅ, ଭଲ ପିଅ। ଏଭଳି ସ୍ଲୋଗାନ ନେଇ ସୂଚନା ଦେଇଛନ୍ତି ଅବକାରୀ କମିସନର ନରସିଂହ ଭୋଳ।

ଭୁବନେଶ୍ୱର, ୨୭/୧୨ (ଓଡ଼ିଶା ଜାଗରଣ): ଏଥର ନୂଆବର୍ଷ ପାଇଁ ମଦବିକ୍ରି କରିବାକୁ ଦିଆଯିବନି ଅସ୍ଥାୟୀ ଲାଇସେନ୍ସ। ଏନେଇ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ପୂର୍ବରୁ ନୂଆବର୍ଷ ପାଇଁ ତଥା ଜିରୋ ନାଇଟ ସେଲିବ୍ରେଶନ ଆଳରେ ମଦ ବେପାରୀମାନେ ଅସ୍ଥାୟୀ ଲାଇସେନ୍ସ ନେଇ ମଦ ବିକ୍ରି କରୁଥିଲେ। ଯେଉଁଥିରେ କଟକଣା ଲଗାଇବାକୁ ଯାଇ ଏହି ପଦକ୍ଷେପ ନିଆଯାଇଛି। କେବଳ ନୂଆବର୍ଷର ପ୍ରଥମ ଦିନ ନୁହେଁ ପୂରା ମାସ ସାରା ଏହି କଟକଣା ଲଗାଯିବ। ସେ ଆହୁରି କହିଛନ୍ତି ଯେ ଜିରୋ ନାଇଟ ସେଲିବ୍ରେଶନ ଆଳରେ ଅନେକ ନିଶାସକ୍ତ ଅବସ୍ଥାରେ ଅପ୍ରୀତିକର ଘଟଣା ଘଟାଉଥିଲେ ଏଵଂ ନିଶାସକ୍ତ ଗାଡ଼ି ଡ଼୍ରାଇଭରଙ୍କ ଯୋଗୁଁ ଦୁର୍ଘଟଣା ଘଟିଥିଲା ଯେଉଁଥି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥି ସହିତ ମାସ ସାରା ସ୍ଵତନ୍ତ୍ର ସ୍କ୍ୱାଡ ଗଠନ କରାଯାଉ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ରୋକିବାକୁ ପଦକ୍ଷେପମାନ ନିଆଯିବ। ମଦ ବିକ୍ରେତାଙ୍କ ବି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ଗଣାମଧ୍ୟାମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ସାଧାରଣ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି ସାଧାରଣ ଲୋକଙ୍କ ଉତ୍ସବ ପାଳନରେ ସରକାର ଅଧିକ କଟକଣା ଲଗାଉଛନ୍ତି ବୋଲି କହିଥିବା ବେଳେ କେତେକ ସାଧାରଣ ଲୋକେ ଏହା ରହି ରାଜ୍ୟ ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ମଦ ବ୍ୟବସାୟୀମାନେ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି। ଏହା ରାଜସ୍ବକୁ ପ୍ରଭାବିତ କରିପାରେ ବୋଲି ଅନେକ ମତ ଦେଇଛନ୍ତି।