ଆପଣଙ୍କ ପାଖରେ ଟଙ୍କା ଥିଲେ ବି ମିଳିବନି ପେଟ୍ରୋଲ କି ଡିଜେଲ ! ବିଶେଷକରି ୧୦ ବର୍ଷ ତଳର ଡିଜେଲ ଗାଡ଼ି ଓ ୧୫ ବର୍ଷ ତଳର ପେଟ୍ରୋଲ ଗାଡ଼ିକୁ ଦିଆଯିବନି ତେଲ। ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହେବ। ଏନଜିଟି ନିର୍ଦ୍ଦେଶ ମୁତାବକ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି।
ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପୁରୁଣା ଗାଡ଼ି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକରେ ଲଗାଯାଇଛି ପୁରୁଣା ନମ୍ବର ପ୍ଲେଟ ଚିହ୍ନଟ ପାଇଁ ସ୍ବତନ୍ତ୍ର କ୍ୟାମେରା। ସେହି କ୍ୟାମେରା ମାଧ୍ୟମରେ ଗାଡ଼ି ଚିହ୍ନଟ କରାଯିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଯେଉଁ ପୁରୁଣା ଗାଡ଼ି ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଆସିବ ତାକୁ ପେଟ୍ରୋଲ ତ ମିଳିବ ନାହିଁ। କିନ୍ତୁ ତାକୁ ଟ୍ରାକ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରକାଶ ଥାଉ କି ଦିଲ୍ଲୀରେ ଅହେତୁକ ପ୍ରଦୂଷଣ ବୃଦ୍ଧିକୁ ନେଇ ଏନଜିଟି (ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍ ) ଉଦବେଗ ପ୍ରକାଶ କରିବା ପରେ ଏବେ ସହରରେ ଅଡ୍ ଇଭିନ୍ ଗାଡ଼ି ଚଳାଚଳ କରୁଛି। ତେବେ ଏସବୁ ସତ୍ତ୍ବେ ଅନେକ ଯାନବାହାନ ନିୟମ ଉଲ୍ଲଂଘନ କରି ଚଳାଚଳ କରୁଛି। ଫଳରେ ସହରରେ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଦିଲ୍ଲୀ ପ୍ରଦ୍ୟୁଷଣ ପରେ ଦେଶର ଅନ୍ୟ ଯେଉଁ ସହରରେ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି ପାଉଛି ସେସବୁ ଗୁଡିକରେ ଆବଶ୍ୟକ ପଡିଲେ ଏହି ନିୟମ କାର୍ଯ୍ୟକାରୀ କରାଯିବ। ଏ ଦିଗରେ ଏନଜିଟି ତୀକ୍ଷ୍ଣ ଦୃଷ୍ଟି ରଖିଛି।

ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ଲଢିବ

ପ୍ରୟାଗରାଜର ସଙ୍ଗମ ଜଳରେ ସ୍ନାନ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ଆମ ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି। କିନ୍ତୁ ଏହି ଜଳକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଵଂ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଯେଉଁ ତଥ୍ୟ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି
ରିପୋର୍ଟ୍ ମୁତାବକ କୁମ୍ଭମେଳାରେ ସ୍ନାନ ଦିନରୁ ଗଙ୍ଗା ଓ ଯମୁନାର ଏହି ସଙ୍ଗମ ଜଳରେ ଫେକଲ କୋଲିଫର୍ମ ନାମକ ଜୀବାଣୁ ମାତ୍ରା ବୃଦ୍ଧି ପାଇଥିବା ଉଭୟ ସରକାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ଜଳ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜୀବାଣୁ ମଣିଷ ଓ ପଶୁଙ୍କ ମଳରେ ଥାଏ। ତେଣୁ ଏହି ଜଳରେ ବୁଡ଼ ପକାଇବା ବିପଜ୍ଜନକ ବୋଲି କୁହାଯାଇଛି। ଏହି ଜୀବାଣୁ ହଇଜା, ଟାଇଫଏଡ୍, ହେପାଟାଇଟ୍ସ୍ ଭଳି ରୋଗ ସୃଷ୍ଟିର କାରଣ ହୋଇଥାଏ।

ରିପୋର୍ଟ୍ ମୁତାବକ ପ୍ରତି ଶହେ ଗ୍ରାମ ଜଳରେ ୨୫୦୦ ୟୁନିଟ ଫେକଲ କୋଲିଫର୍ମ ଜୀବାଣୁ ଥିବା ନମୁନା ପରୀକ୍ଷାରୁ ଜଣା ପଡ଼ିଛି। ପ୍ରକାଶ ଥାଉ କି ଗଙ୍ଗା ଓ ଯମୁନା ସଙ୍ଗମ ଘାଟର ୭୦ ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ ଗଙ୍ଗା ଓ ଯମୁନା ନଦୀରେ ନର୍ଦ୍ଦମା ଜଳ ଛଡାଯିବା ନେଇ ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ସ୍ୱରେଜ୍ ପରିଚାଳନା ପାଇଁ ଏନଜିଟି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ଏବେ ଏନଜିଟି ଏବେ ଶୁଣାଣି ମଧ୍ୟ ଚାଲିଛି।