ବିଶ୍ବର ଅନ୍ୟତମ ଧନୀ ତଥା ଆମେରିକା ସରକାରରେ ଅନ୍ୟତମ କର୍ତ୍ତୁତ୍ଵଧାରୀ ଏଲନ୍ ମସ୍କ ଏବେ ବିବାଦରେ। ସେ ପୁଣି ସାମାନ୍ୟ ବାଳକୁ ନେଇ। ତାଙ୍କ କେଶ କାଟିବା ଭାଇରାଲ ହୋଇଥିଲା। ଯାହାକୁ ଅନେକ ଆଡଲଫ ହିଟଲର ଏବଂ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ଲୁକ୍ ସହିତ ତୁଳନା କରିଥିଲେ। ଯାହା ଅନଲାଇନରେ ଏକ ବିବାଦ ଆରମ୍ଭ କରିଥିଲା। ତଥାପି, ମସ୍କ ତାଙ୍କ କେଶ କାଟିବା ସମୟରେ ଅନଲାଇନରେ ସୃଷ୍ଟି ହୋଇଥିବା ଚର୍ଚ୍ଚାରେ ସେ ବିରକ୍ତ ପ୍ରକାଶ କରି ନ ଥିବା ଭଳି ମନେ ହୋଇଥିଲା
X ରେ ସେୟାର କରିଥିବା ସଦ୍ୟତମ ପୋଷ୍ଟରେ, ୫୩ ବର୍ଷୀୟ ମସ୍କ୍ ତାଙ୍କର ୪ ବର୍ଷର ପୁଅ X A-Xii ସହିତ ପୋଜ୍ ଦେଇଛନ୍ତି। ଫଟୋ ସହିତ ସେ ଲେଖିଛନ୍ତି, ଏହି କେଶ କାଟିବାକୁ ଫେରିଯାଉଛୁ। ଯଦିଓ ସେ ସଠିକ୍ କେଶ କାଟିବା କଥା ଉଲ୍ଲେଖ କରି ନ ଥିଲେ, ବର୍ତ୍ତମାନ ସେ ଯେଉଁ କେଶ କାଟିଛନ୍ତି ତାହା ତାଙ୍କର ୨୦୨୧ ଷ୍ଟାଇଲ୍ ସହିତ ସମାନ ଦେଖାଯାଉଛି। ଯାହାକୁ ଅନେକ ନେଟିଜେନ୍ ହିଟଲରଙ୍କ ଷ୍ଟାଇଲ୍ ସହିତ ତୁଳନା କରିଛନ୍ତି। ମସ୍କ ପୋଷ୍ଟ କରିଥିବା ଫଟୋରେ ମୁଣ୍ଡର ଉପର ଭାଗରେ ଲମ୍ବା ତରଙ୍ଗ ସହିତ ପାର୍ଶ୍ୱ କ୍ଷୌର ଦେଖାଯାଉଛି।

ଶୋଇ ପାରୁନାହାନ୍ତି ୫୫% ଭାରତୀୟ ଉଦ୍ୟୋଗୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକ ତନକୁ ନେଇ ଏବେ ବିଶ୍ବବ୍ୟାପୀ ଗୁଞ୍ଜରଣ। କିଏ ଟାଣିଲା ଟ୍ରମ୍ପଙ୍କ ନାକ ? କାହିଁକି ରାଗିଗଲେ ଟ୍ରମ୍ପ। ଆସନ୍ତୁ ଜାଣିବା

‘ଡୋଜ୍’ ବିଭାଗର ମୁଖ୍ୟ ଏଲନ ମସ୍କଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା। ଏଥିରେ ବିଭିନ୍ନ ଅଧିକାରୀଙ୍କ ସହ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ। ଆମେରିକା ଚାକିରିଆ ହ୍ରାସ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସରେ ଏହି ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥ‌ିବା ଏଲନ ମସ୍କଙ୍କ ୪ ବର୍ଷର ପୁଅ ଲିଲ୍ ଏକ୍ସ ଟ୍ରମ୍ପଙ୍କ ନାକକୁ ଟାଣି ଦେଇଥିଲା। ଏହାକୁ ନେଇ ଟ୍ରମ୍ପ ଅସ୍ବାଭାବିକ ସ୍ଥିତିରେ ପଡ଼ି ଯାଇଥିଲେ। ଟ୍ରମ୍ପ କିଛି ସମୟ ପାଇଁ ବିରକ୍ତି ଭାବ ପୋଷଣ କରିଥିଲେ। ହେଲେ ଏଲନ ମସ୍କଙ୍କ ସହ ତାଙ୍କର ଘନିଷ୍ଠତା ଥିବାରୁ ଏ ନେଇ କିଛି କହିପାରି ନ ଥିଲେ। ପରେ ପରେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକମାନେ ସମାଲୋଚନା କରିଛନ୍ତି।

ପ୍ରକାଶ ଥାଉ କି, ଏଲନ ମସ୍କଙ୍କ ପ୍ରେମିକା ଗ୍ରିନ୍ସଙ୍କ ଠାରୁ ଜନ୍ମିତ ଏହି ପୁଅକୁ ଏଲନ ଯୁଆଡେ ଯାଆନ୍ତି ସାଙ୍ଗରେ ନେଇ ଯାଆନ୍ତି। ଏପରିକି ଗତ ନିର୍ବାଚନ ସମଯରେରେ ମଧ୍ଯ ସେ ଏହି ପୁଅକୁ କାନ୍ଧରେ ବସାଇ ବୁଲାଉଥିବା ଦେଖାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସକୁ ପୁଅକୁ ସାଙ୍ଗରେ ନେଇ ଆସିଥିବାରୁ ବହୁ ଲୋକ ନାପସନ୍ଦ କରିଛନ୍ତି।

ଶରୀର ମଧ୍ୟରେ ପ୍ରକାଶ କରି ପାରୁ ନ ଥିବା ବ୍ୟକ୍ତିର ମାନସିକ ଭାବନାକୁ ପଢ଼ିହୁଏ

ଭୁବନେଶ୍ୱର, ୨୮/୧୨ (ଅର୍ପଣ ଆଦର୍ଶ): ମୋବାଇଲ ଓ ବୈଦ୍ୟୁତିକ ଯନ୍ତ୍ରପାତିରେ ଚିପ୍ ବ୍ୟବହାର କରାଯିବା ଆପଣ ଜାଣିଥିବେ। କିନ୍ତୁ ମଣିଷ ମୁଣ୍ଡରେ ବି ଲାଗିପାରିବ ଚିପ। ଏ କଥାଟି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଏ ଭଳି ଚିନ୍ତନ ପ୍ରଥମେ କରିଥିଲେ ବିଶ୍ବର ଅନ୍ୟତମ ଧନୀ ଏଲନ୍ ମସ୍କ। ଏହାକୁ ନ୍ୟୁରାଲିଙ୍କ୍ ବୋଲି ଅବିହିତ କରାଯାଇଛି।

ମାନସିକ ଅନଗ୍ରସର ଓ ଦିବ୍ୟଙ୍ଗଙ୍କ ମନର ଭାବନା ଓ କଥାକୁ ଜାଣିବା ପାଇଁ ଏଭଳି ଚିପ ଉଦ୍ଭାବନ କରିଥିଲେ ମସ୍କ୍। ଏହା ୨୦୧୬ ମସିହାରେ ଉଦ୍ଭାବନ କରିଥିଲେ ମଧ୍ୟ ଲୋକଲୋଚନକୁ ଆସିଥିଲା ୨୦୧୭ ମାର୍ଚ୍ଚରେ। ଏହି ଚିପର ଆକାର ଏକ ପାଉଣ୍ଡ କଏନ ଭଳି। ଯାହା ସ୍ନାୟୁ ସହ ସଂଯୋଗ କରାଯାଇଥାଏ। ଯାହାର ସଂଯୋଗ କମ୍ପ୍ୟୁଟର ସହ କରାଯାଇଥାଏ। ମଣିଷର ଯାହା କହିବାକୁ ଚାହେଁ ତାହା ପ୍ରକାଶ କରି ନ ପାରିଲେ ମଧ୍ୟ ନ୍ୟୁରୋ ଲିଙ୍କ୍ ମାଧ୍ୟମରେ ଜଣା ପଡ଼ିବ। କଥା କହିପାରୁ ନ ଥିବା ବା ମନର ଭାବନାକୁ ପ୍ରକାଶ କରିପାରୁ ନ ଥିବା ଦୃଷ୍ଟିହୀନ, ବଧିର ଓ ପକ୍ଷାଘାତ ରୋଗୀର ସମସ୍ୟାକୁ ଏହା ମାଧ୍ୟମରେ ଜାଣି ହୁଏ।
ତେବେ ଏହି ବିସିଆଇ (ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍) ଭଳି କୂତ୍ରିମତାର ବ୍ୟବହାର କରିବାର ନକାରାତ୍ମକ ପ୍ରଭାବ ରହିଛି। ଯେମିତି ଏହା ମସ୍ତିଷ୍କ ସଂକ୍ରମଣ ସହ ରକ୍ତସ୍ରାବ ଏବଂ ଟିଶୁ ନଷ୍ଟ କରିବାର ଆଶଙ୍କା ରହିଛି।

ସେହିଭଳି ଏହାକୁ ଚାର୍ଜ କରିବା ପାଇଁ ବ୍ୟାଟେରୀ ସଂଯୋଗ ହୋଇଥିବାରୁ ଏହାର କୁପ୍ରଭାବ ମୁଣ୍ଡ ବା ଶରୀର ଉପରେ ପକାଇ ପରେ। ଏହି ଚିପ ବିଶ୍ବର ଦୁଇଜଣଙ୍କ କ୍ଷେତ୍ରର ଏପର୍ଯ୍ୟନ୍ତ ବ୍ୟବହାର କରାଯାଇଛି। ଏହା ଆମେରିକାର ୨୯ ବର୍ଷୀୟ ଯୁବକ ନୋଲାଣ୍ଡ ଆର୍ବଘ୍ ଏବଂ ଆଲେକ୍ସଙ୍କ ମସ୍ତିଷ୍କରେ ବ୍ୟବହାର କରାଯାଇଛି। ନୋଲାଣ୍ଡ ସ୍ନାୟୁ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଆକ୍ରାନ୍ତ ଥିବା ବେଳେ ଆଲେକ୍ସ ମେରୁଦଣ୍ଡ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଶିକାର ହୋଇଥିଲେ। ତେବେ ଆଲେକ୍ସ୍ ଏହା ମାଧ୍ୟମରେ କମ୍ପ୍ୟୁଟର ମାଧ୍ୟମରେ ଖେଳି ପାରୁଥିଲେ।