ଆସନ୍ତାବର୍ଷ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରିବା ପାଇଁ ଦାବି କରିଛି ପାକିସ୍ତାନ। ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ଦାବି କରିଛି ଆତଙ୍କବାଦୀର ଦେଶ ପାକିସ୍ତାନ। ଯାହାକୁ ନେଇ ଟ୍ରମ୍ପଙ୍କ ମୁହଁରେ ହସ ଭରିଛି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସମୟରେ ଦାବି କରି ଆସିଛନ୍ତି ସେ ହିଁ ବିଶ୍ୱର ଅନେକ ଦେଶରେ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଖାସକରି ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି।
ଏହାରି ଭିତରେ ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବରେ ପ୍ରସ୍ତାବ ଦେବା ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ବଡ଼ ସଫଳତା। ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବ ଦେଇଛି ପାକିସ୍ତାନ।
ଭାରତ ସହିତ ଯୁଦ୍ଧବିରତି ଆଣିବାରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପାକିସ୍ତାନ ପ୍ରଶଂସା କରିଛି ।
ପାକିସ୍ତାନ କହିଛି, ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇପାରିଛି ଏବଂ ଏକ ବଡ଼ ବିପଦକୁ ଏଡାଯାଇପାରିଛି । ତେଣୁ  ସେ ଏହି ପୁରସ୍କାରର ପ୍ରକୃତ ହକଦାର୍‌।
ଅପରପକ୍ଷେ ପାକିସ୍ତାନର ପ୍ରସ୍ତାବ ପରେ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ବି ସେ ନୋବେଲ ପୁରସ୍କାର ଆଶା କରିନାହିଁ। ସେହିପରି ମିଶର ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ନୋବେଲ ପୁରସ୍କାର ଆଶା ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ଆମେରିକାରେ ପୁନର୍ବାର ଟ୍ରମ୍ପଙ୍କୁ କ୍ଷମତା ଫେରାଇ ଆଣିବାରେ ବିଶେଷ ଭୂମିକା ନିଭାଇଥିବା ଏଲନ୍ ମସ୍କ୍ ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ।
ସେ ଉଲ୍ଲେଖ କରିଛନ୍ତି, ଯେ ଆମେରିକା ସରକାରରେ ବିଶେଷ କର୍ମଚାରୀ ଭାବେ ମୋର କାର୍ଯ୍ୟକାଳ ଶେଷ ହୋଇଛି। ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ମସ୍କ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଡିଓଜିଇ ବିଭାଗ ଆହୁରି ଶକ୍ତିଶାଳୀ ହେବ।
ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ଦାୟିତ୍ଵ ମିଳିଥିଲା। ଏହି ବିଭାଗର ମୁଖ୍ୟ କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା। ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଉଦ୍ଦେଶ୍ୟ ସାଧିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା।
ତେବେ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି ଏବଂ ଦେଶ ପାଇଁ ଶୁଭଙ୍କର ନୁହେଁ। ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ପର୍ଯ୍ୟନ୍ତ ଏନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି ଟ୍ରମ୍ପ।

ପୁଅଙ୍କ ପାଇଁ ପାକିସ୍ତାନ ସପକ୍ଷରେ ଟ୍ରମ୍ପ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଟିକେ ଶାନ୍ତ ପଡ଼ିଥିବା ବେଳେ ଟ୍ରମ୍ପ ଗୋଟିଏ ଗୋଟିଏ ବୟାନ ଦେଶବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଛି

ଯୁଦ୍ଧ ବିରତି ନେଇ ଭାରତ ଓ ପାକିସ୍ତାନ ନିଜପଟୁ କିଛି ଘୋଷଣା କରିବା ପୂର୍ବରୁ ଟ୍ରମ୍ଫ ଆଗୁଆ ତ୍ୱିଟ କରିବାକୁ ନେଇ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବେ ପୁଣି ବୟାନ ଦେଇଛନ୍ତି ଟ୍ରମ୍ଫ୍। ସାଉଦି ଆରବରେ ଭାଷଣ ଦେବାବେଳେ ଲୋକଙ୍କୁ ଚମକାଇବା ପରି ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

ସାଉଦି ଆରବରେ ଏକ ଭାଷଣ ସମୟରେ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି ବର୍ଣ୍ଣନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାମର୍ଶ ଦେଇଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ପାକିସ୍ତାନ “ଏକତ୍ର ଏକ ସୁନ୍ଦର ରାତ୍ରୀଭୋଜନ” କରିବା ଉଚିତ।

ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ, ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ଆମେରିକା-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ୍ ଏପରି ମନ୍ତବ୍ୟ ଦେଇଛନ୍ତି।

ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ‘ସମ୍ଭାବ୍ୟ ପରମାଣୁ ଯୁଦ୍ଧ’ କୁ ଏଡାଇବା ସହ ଶାନ୍ତି ରକ୍ଷା କରିବା ପାଇଁ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଛି। ଯୁଦ୍ଧ ହୋଇଥିଲେ ହୁଏତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥା‌ନ୍ତା। ମାତ୍ର ଆମେରିକା ତାହାକୁ ରୋକିଛି ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି।

ଭାରତ ପାକିସ୍ତାନ ଉତ୍ତେଜନା ପ୍ରଭାବ: ତୁର୍କୀ ସେଓ ଭାରତରେ ବାରଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକ ତନକୁ ନେଇ ଏବେ ବିଶ୍ବବ୍ୟାପୀ ଗୁଞ୍ଜରଣ। କିଏ ଟାଣିଲା ଟ୍ରମ୍ପଙ୍କ ନାକ ? କାହିଁକି ରାଗିଗଲେ ଟ୍ରମ୍ପ। ଆସନ୍ତୁ ଜାଣିବା

‘ଡୋଜ୍’ ବିଭାଗର ମୁଖ୍ୟ ଏଲନ ମସ୍କଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା। ଏଥିରେ ବିଭିନ୍ନ ଅଧିକାରୀଙ୍କ ସହ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ। ଆମେରିକା ଚାକିରିଆ ହ୍ରାସ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସରେ ଏହି ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥ‌ିବା ଏଲନ ମସ୍କଙ୍କ ୪ ବର୍ଷର ପୁଅ ଲିଲ୍ ଏକ୍ସ ଟ୍ରମ୍ପଙ୍କ ନାକକୁ ଟାଣି ଦେଇଥିଲା। ଏହାକୁ ନେଇ ଟ୍ରମ୍ପ ଅସ୍ବାଭାବିକ ସ୍ଥିତିରେ ପଡ଼ି ଯାଇଥିଲେ। ଟ୍ରମ୍ପ କିଛି ସମୟ ପାଇଁ ବିରକ୍ତି ଭାବ ପୋଷଣ କରିଥିଲେ। ହେଲେ ଏଲନ ମସ୍କଙ୍କ ସହ ତାଙ୍କର ଘନିଷ୍ଠତା ଥିବାରୁ ଏ ନେଇ କିଛି କହିପାରି ନ ଥିଲେ। ପରେ ପରେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକମାନେ ସମାଲୋଚନା କରିଛନ୍ତି।

ପ୍ରକାଶ ଥାଉ କି, ଏଲନ ମସ୍କଙ୍କ ପ୍ରେମିକା ଗ୍ରିନ୍ସଙ୍କ ଠାରୁ ଜନ୍ମିତ ଏହି ପୁଅକୁ ଏଲନ ଯୁଆଡେ ଯାଆନ୍ତି ସାଙ୍ଗରେ ନେଇ ଯାଆନ୍ତି। ଏପରିକି ଗତ ନିର୍ବାଚନ ସମଯରେରେ ମଧ୍ଯ ସେ ଏହି ପୁଅକୁ କାନ୍ଧରେ ବସାଇ ବୁଲାଉଥିବା ଦେଖାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସକୁ ପୁଅକୁ ସାଙ୍ଗରେ ନେଇ ଆସିଥିବାରୁ ବହୁ ଲୋକ ନାପସନ୍ଦ କରିଛନ୍ତି।