TT Ads

ହାତ ଗୋଡ଼ ବାନ୍ଧି ଆମେରିକା ସରକାର ବିଦା କରିବା ପରେ ତୁଟିଗଲା ବିଦେଶ ଯିବାର ମୋହ। ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କୁ ଅତି ବର୍ବରତାର ସହ ବିଦା କରିଛି ଆମେରିକା

ବେଆଇନ ଭାବେ ଆମେରିକାରେ ରହି ଆସୁଥିବା ୨୦୪ ଜଣ ଭାରତୀୟଙ୍କ ହାତ, ଗୋଡ ବାନ୍ଧି ସାମରିକ ବିମାନ ସି ୧୭ ରେ ପଞ୍ଜାବର ଅମୃତସରରେ ଛାଡ଼ିଛି ଆମେରିକା। ଏହି ଅଭିଯୋଗ କରିଛନ୍ତି ଆମେରିକାରୁ ଫେରିଥିବା ଭାରତୀୟ। ଫେରି ଆସିଥିବା ଭାରତୀୟଙ୍କ ହାତରେ ହ୍ୟାଣ୍ଡ୍‌ପକ୍‌ ଓ ଗୋଡ଼ରେ ଚେନ ପକା ଯାଇଥିଲା ବୋଲି ନିର୍ବାସିତ ଭାରତୀୟମାନେ ଅଭିଯୋଗ ଆଣିଛନ୍ତି। ଗତକାଲି ଫେରିଥିବା ଜଣେ ଭାରତୀୟ କହିଛନ୍ତି ଯେ, ଅମୃତସରରେ ଅବତରଣ କରିବା ପରେ ହିଁ ତାଙ୍କର ହାତ ଓ ଗୋଡ଼ ଖୋଲ ଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଫେରିଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ୨୫ ଜଣ ମହିଳା ଓ ୧୯ ଜଣ ନାବାଳକ ରହିଛନ୍ତି। ଫେରିଥିବା ଭାରତୀୟଙ୍କ ମଧ୍ୟରେ ହରିଆଣା, ପଞ୍ଜାବ ଓ ଗୁଜରାଟରୁ ୩୦ ଜଣ ଲେଖାଏଁ ରହିଥିବା ବେଳେ ମହାରାଷ୍ଟ୍ରରୁ ୩ ଜଣ, ଉତ୍ତର ପ୍ରଦେଶ ଓ ଛତିଶଗଡରୁ ୨ ଜଣ ରହିଛନ୍ତି।

ପ୍ରକାଶ ଥାଉ କି ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ। ଦ୍ଵିତୀୟ ଥର ପାଇଁ ଡୋନାଲ୍ଡ ତ୍ରମ୍ପ ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି। ତେବେ ଫେରି ଆସିଥିବା ଭାରତୀୟଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ, ସେମାନେ ଅସ୍ଥାୟୀ ଭିସା ବା ଟୁରିଷ୍ଟ ଭିସାରେ ଆମେରିକା ଯାଇଥିଲେ। କିନ୍ତୁ ଫେରିବାକୁ ଚାହିଁଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଫେରିପାରୁ ନ ଥିଲେ।

TT Ads

Leave a Reply

Your email address will not be published. Required fields are marked *