ଭାରତକୁ ଝଟକା ପରେ ଝଟକା ଦେଉଛି ଆମେରିକା। ଏହିକ୍ରମରେ ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ରମ୍ପ୍ ସରକାର। ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିବାରୁ ସେଗୁଡ଼ିକ ଉପରେ ପ୍ରତିବବନ୍ଧକ ଲଗାଯାଇଛି।
ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି ବୋଲି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି।
ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ବୋଲି ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି।
ପ୍ରକାଶ ଥାଉ କି ଆମେରିକା ସରକାରଙ୍କ ପକ୍ଷରୁ ବୁଧବାର ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନୀକୁ ବ୍ୟାନ୍ କରାଯାଇଛି। ଯେଉଁଥିରେ ଭାରତର ୬ଟି କମ୍ପାନୀ ରହିଛି।
ପ୍ରତିବନ୍ଧକ ଲଗାଯାଇଥିବା କମ୍ପାନୀଗୁଡ଼ିକ ହେଲା ଆମେରିକା ଭାରତର ଆଲକେମିକାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ସ ଲିମିଟେଡ୍, ଜୁପିଟର୍ ଡାଏ କେମ୍ ପ୍ରାଇଭେଟ୍ ଲିମିଟେଡ୍, ରାମନିକଲାଲ୍ ଏସ୍ ଗୋସାଲିଆ ଆଣ୍ଡ୍ କମ୍ପାନୀ, ପର୍ସିଷ୍ଟେଣ୍ଟ୍ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କାଞ୍ଚନ ପଲିମର୍ସ କମ୍ପାନୀ।
ଆଲକେମିକାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦୨୪ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଇରାନରୁ ୮୪ ମିଲିୟନ୍ ଡଲାର୍ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି। ସେହିଭଳି ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ସ ଲିମିଟେଡ୍ ୨୦୨୪ ଜୁଲାଇରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ମିଥାନଲ୍ ସମେତ ୫୧ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ କ୍ରୟ କରିଥିବା ଅଭିଯୋଗ ହୋଇଛି।
ଜୁପିଟର ଡାଏ କେମ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୨୪ ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ୪୯ ମିଲିୟନ୍ ଡଲାର୍ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିବା ଅଭିଯୋଗ କରିଛି ଆମରିକା ସରକାର। ରାମନିକଲାଲ ଏସ୍ ଗୋସାଲିଆ ଆଣ୍ଡ କୋ ୨୦୨୪ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ଇରାନରୁ ୨୨ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ କିଣିଥିବା ଅଭିଯୋଗ କରିଛି ଆମେରିକା।
ଆମେରିକା କହିଛି ଯେ ପର୍ସିଷ୍ଟେଣ୍ଟ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ୨୦୨୪ ଅକ୍ଟୋବରରୁ ୨୦୨୪ ଡିସେମ୍ବର ମଧ୍ୟରେ ଇରାନରୁ ପ୍ରାୟ ୧୪ମିଲିୟନ୍ ଡଲାର୍ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଛି। ଯେଉଁଥିରେ ମିଥାନଲ୍ ମଧ୍ୟ ଅନ୍ତର୍ଭୁକ୍ତ।
କାଞ୍ଚନ ପଲିମର୍ସ – ଏହି କମ୍ପାନି ଇରାନରୁ ୧.୩ମିଲିୟନ୍ ଡଲାର୍ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିଲା। ତେବେ, ଭାରତ ସହିତ, ଆମେରିକା ଅନ୍ୟ ଦେଶର କମ୍ପାନିଗୁଡ଼ିକୁ ମଧ୍ୟ ନିଷିଦ୍ଧ କରିଛି। ଏଥିରେ ତୁର୍କୀ, ୟୁଏଇ, ଚୀନ୍ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ। ଆମେରିକା ଏହା ମଧ୍ୟ କହିଛି ଯେ ଏହି ଦେଶଗୁଡ଼ିକର କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ନିଷେଧ କରାଯାଇଥିବା ଜଣାପଡ଼ିଛି।