TT Ads

ପ୍ରେମ ସଫଳ ହେବା ଆଗରୁ ଜୀବନ ହାରିଲେ ପ୍ରେମୀ ଯୁଗଳ। ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ବାଙ୍କୀ ଆନୁଆରି ପଞ୍ଚାୟତ କୁରୁମଚଇନ ଗାଁରେ ଜଣେ ଯୁବକ ବାଇଗଣି ଗାଁର ଜଣେ କୁରୁମଚଇନି ଗାଁରୁ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ପାରିବାରିକ ବାଧକ ପାଇଁ ଉଭୟ ବିବାହ କରିପାରୁ ନ ଥିଲେ। ଯେଉଁଥି ପାଇଁ ଉଭୟ ବେକରେ ଫାଶ ଲଗାଇ ଆତ୍ମହତ୍ୟା ଭଳି ନିଷ୍ପତି ନେଇଥିବା କୁହାଯାଉଛି। ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଥିବା ବେଳେ ଉଭୟଙ୍କ ମର ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ନେଇ ତଦନ୍ତ ଚାଲିଛି ଓ ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣା ପଡ଼ିବ ବୋଲି ବାଙ୍କୀ ଥାନା ପୁଲିସ କହିଛି।

TT Ads

Leave a Reply

Your email address will not be published. Required fields are marked *