ଭୁବନେଶ୍ୱର, ୧୪/୧: ସହରରୁ ଆବର୍ଜନା ନେଇ ଯାଉଥିଲା ବିଏମସିର ସଫେଇ ଗାଡ଼ି। ହଠାତ୍ ଗାଡ଼ିଟି ରାସ୍ତା ଉପରେ ଜଳି ଯାଇଥିଲା। ବାଟରେ ଯାଉଥିବା ଲୋକେ ଅଟକି ଗାଡିରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଡମଣା ଛକରେ।
ତେବେ କିଭଳି ଗାଡ଼ିରେ ନିଆଁ ଲାଗିଲା ସେ ନେଇ କିଛି ଜଣା ପଡ଼ିନାହିଁ। ବିଏମସି କର୍ମଚାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗାଡ଼ିରେ ଡ୍ରାଇଭର ଓ କର୍ମଚାରୀ ଥିଲେ କି ନାହିଁ ଜଣା ପଡିନି।


