TT Ads

ହାଇକୋର୍ଟରେ ଦାଖଲ କରିଥିଲେ ନକଲି ରିପୋର୍ଟ୍
ଭୁବନେଶ୍ୱର, ୧୦/୧(ଓଡ଼ିଶା ଜାଗରଣ): ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ଭାଙ୍ଗିବାକୁ ନେଇ ହାଇକୋର୍ଟରେ ଦିଆଯାଇଥିବା ରିପୋର୍ଟ୍ ନକଲି ବୋଲି ଦର୍ଶାଯାଇ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ଯାହାକୁ ନେଇ ବୈକୁଣ୍ଠ ଆଶ୍ରମ ପାଇଁ ଅଡ଼ୁଆ ବୃଦ୍ଧି ପାଇଛି। ଅପରପକ୍ଷେ ହାଇକୋର୍ଟ ପକ୍ଷରୁ ପୁନଃ ରିପୋର୍ଟ୍ ଫେବୃଆରୀ ୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଥାଉ କି ଖଣ୍ଡଗିରିର ସରକାରୀ ଜମି ଉପରେ ଗଢି ଉଠିଥିବା ବୈକୁଣ୍ଠ ଆଶ୍ରମର ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ଗତ ଡ଼ିସେମ୍ବର ପ୍ରଥମ ସପ୍ତାହରେ ବିଏମସି ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

TT Ads

Leave a Reply

Your email address will not be published. Required fields are marked *