TT Ads

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ସୀମାରେ ସତର୍କତା ଜାରି କରାଯାଇଛି। ବିଶେଷକରି ପାକିସ୍ତାନ ସୀମାନ୍ତରେ ଭାରତୀୟ ଜବାନମାନେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଏପରିସ୍ଥଳେ କୁହୁଡ଼ିର ସୁଯୋଗ ନେଇ ଆଜି ଭୋରୁ ଭୋରୁ ଜଣେ ପାକିସ୍ତାନୀ ଅନୁବ୍ରବେଶକାରୀ ଭାରତ ସୀମା ଭିତରକୁ ପ୍ରବେଶ କରିବାୁ ଚେଷ୍ଟା କରୁଥିବା ବେଳେ ଜବାନଙ୍କ ଗୁଳିରେ ନିହତ ହୋଇଛି। ତା ନିକଟର ୪୦୦ ପାକିସ୍ତାନୀ ଟଙ୍କା, ଗୋଟିଏ ଦିଆସିଲି, ଗୁଟ୍‌ଖା ପ୍ୟାକେଟ୍‌ ସମେତ ଛୋଟ ବ୍ୟାଗ୍‌  ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଅମୃତସର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଭାରତୀୟ ବିଏସ୍‌ଏଫ୍‌ ଜବାନମାନେ ତାଙ୍କୁ ପ୍ରଥମେ ସଚେତନ କରାଯାଇଥିଲେ। କିନ୍ତୁ ଏହାକୁ ଖାତିର ନ କରି ସେ ସୀମା ଭିତରକୁ ପ୍ରବେଶ କରିଥିଲେ। ବାରମ୍ବାର ସଚେତନ କରିବା ସତ୍ତେ୍ୱ ସେ ପ୍ରବେଶ କରିପାରିବାକୁ ଚେଷ୍ଟା କରିବାକୁ ଅମୃତସର ଜିଲ୍ଲାର କୋଟରାଜଦା ଗ୍ରାମ ନିକଟରେ ଜବାନମାନେ ଗୁଳି ଚଳାଇଥିଲେ।

TT Ads

Leave a Reply

Your email address will not be published. Required fields are marked *