TT Ads

ପ୍ରବଳ ଶୀତ ଦାଉରୁ ରକ୍ଷା ଲାଗି ଘରେ ଲାଗିଥିଲା ରୁମ୍ ହିଟର; ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୬/୧: ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘରେ ଲାଗିଥିଲା ରୁମ୍ ହିଟର୍ ଘରେ ଆରାମରେ ଶୋଇଥିଲେ ୩ ଶିଶୁଙ୍କ ସମେତ ବାପ ମାଆ। କିନ୍ତୁ କିଏ ଜାଣିଥିଲା ରାତିରେ ସେହି ଆରାମ ହିଁ ହେବ କାଳ। ଶ୍ୱାସରୁଦ୍ଧ ହୋଇ ଘର ଭିତରେ ବାପ ମାଆ ସମେତ ମୋଟ ୫ ଜଣଙ୍କ ଜୀବନ ଚାଲିଗଲା। ମୃତକଙ୍କ ଘର ଶ୍ରୀନଗର ଜିଲ୍ଲା ପନ୍ଦ୍ରଥାନ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ବରମୂଳ ଜିଲ୍ଲା ଉରି ଅଞ୍ଚଳରେ ରହୁଥିଲେ। ଏମିତି ଏକ ଅଘଟଣ ଘଟିଛି ଜମ୍ମୁର ଉରି ଅଞ୍ଚଳରେ। ପୂରା ଦେଶରେ ଏବେ ଜାରି ରହିଛି ଅସହ୍ୟ ହିମ ପ୍ରବାହ। ଏମିତି ତ ଜମ୍ମୁ, କାଶ୍ମୀର ଅଞ୍ଚଳରେ ଅତୀତ ଥଣ୍ଡା ଅନୁଭୂତ ହୋଇଥାଏ। ଏବେ ଶୀତ ଦିନ ଥିବାରୁ ଜମୁ କାଶ୍ମୀର ଅଞ୍ଚଳରେ ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ରୁମ୍ ହିଟର ବ୍ୟବହାର କରୁଛି। ରାତିରେ ରୁମ୍ ହିଟର ଲଗାଇ ଶୋଇ ପଡ଼ିଥିବା ଏକ ପରିବାରର ୫ ଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଗୁଡ଼ିକ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *