ଗୁଜରାଟର ପୋର୍ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ (ଭାରତୀୟ କୋଷ୍ଟଗାର୍ଡ) ର ଆଡଭାନ୍ସଡ ଲାଇଟ୍ (ALH) ଧ୍ରୁବ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଥିବା ବେଳେ ଅନ୍ୟ ଦୁଇଜଣ କୋ-ପାଇଲଟ ଥିଲେ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ହେଲିକପ୍ଟର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର। ଗୁଜରାଟ ବିଭିନ୍ନ ଜଟିଳ ଦୁର୍ଘଟଣା ଓ ବିପର୍ଯ୍ୟୟ ସମୟରେ ଏହି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଥାଏ। ନିକଟରେ ଗୁଜରାଟ ବାତ୍ୟା ସମୟରେ ୬୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଏହି ହେଲିକପ୍ଟର।
ନିୟମିତ ଆଭାସ ସମୟରେ ରବିବାର ଦିନ ୧୧ଟା ୧୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଜଣେ ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, ହେଲିକପ୍ଟରଟି ନିୟମିତ ଅଭ୍ୟାସ ପାଇଁ ଉଡାଣ ଭରିଥିଲା। ତେବେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।


