TT Ads

ଗିରଫ ପରେ ସତ ବଖାଣିବା ଅଭିଯୁକ୍ତ
ଅନୁଗୁଳ, ୬/୧(ଓଡ଼ିଶା ଜାଗରଣ): ଟାର୍ଗେଟରେ ଥିଲେ ବାପା; ହେଲେ ଗୁଳି ଖାଇଲେ ନିରୀହ ପିଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ଅନୁଗୁଳ ଜିଲ୍ଲା କିଶନ ନଗର ଅଞ୍ଚଳରେ। ଘରେ ଶୋଇଥିବା ଭାଇଭଉଣୀଙ୍କୁ ଗୁଳିମାଡ କରିଥିବା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ। ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ। ପ୍ରକାଶକୁ ପୁଲିସ ଜଙ୍ଗଲରୁ ଗିରଫ କରିଥିବା ବେଳେ ତା ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ମୋବାଇଲ୍ ଫୋନ ଜବତ କରିଛି। ଗିରଫ ପରେ ପୁଲିସ ଅଭିଯୁକ୍ତକୁ ପଚରାଉଚରା ବେଳେ ପୂରା ଘଟଣା ପଦାକୁ ଆସିଛି। ପୁଲିସର କହିବାନୁଯାୟୀ କିଷନ ନଗର ବଂଗମୁଣ୍ଡା ଗ୍ରାମରେ ଘରଭିତରେ ୧୧ ବର୍ଷୀୟ ଯାଜ୍ଞାସେନି ଓ ୧୫ ବର୍ଷୀୟ ପ୍ରକାଶ ମିର୍ଦ୍ଧାଙ୍କ ବାପା ସହିତ ଅଭିଯୁକ୍ତ ପ୍ରକାଶର ପୂର୍ବଶତ୍ରୁତା ଲାଗି ରହିଥିଲା। ତେବେ ଗତ ଦୁଇଦିନ ତଳେ ପ୍ରକାଶ ବାପାକୁ ଟାର୍ଗେଟ କରି ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ଘର ଭିତରକୁ ଗୁଳି କରିଥିଲା। କିନ୍ତୁ ଗୁଳି ଦୁଇଟି ପିଲାଙ୍କ ଦେହରେ ବାଜିଥିଲା। ଏଥିରେ ଭାଇଭଉଣୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ SCB ମେଡିକାଲକୁ ଅଣାଯାଇଥିଲା। ଏବେ ବି ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

TT Ads

Leave a Reply

Your email address will not be published. Required fields are marked *