TT Ads

ପ୍ରବାସୀ ଭାରତୀୟ ସମ୍ମିଳନୀ ଭଣ୍ଡୁର ପାଇଁ ଉଦ୍ୟମ

ଭୁବନେଶ୍ୱର, ୩/୨(ଓଡ଼ିଶା ଜାଗରଣ): ଖାଲିସ୍ଥାନୀ ଆତଙ୍କବାଦୀ ପନୂର୍ ପୁଣି ଥରେ ଧମକାଇଛି। ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ସମ୍ମିଳନୀ ପୂର୍ବରୁ ଧମକପୂର୍ଣ୍ଣ ମେଲ୍ କରିଛି ପନୂର୍। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଏକ ଭିଡିଓ ମେଲ୍ ମାଧ୍ୟମରେ ଧମକ ଦେଇଛି ପନୂର୍। ଦେଇଥିବା ମେଲରେ ପ୍ରବାସୀ ଭାରତୀୟ ଦିବସକୁ ଟେରର ଦିବସ ଭାବେ ଅଭିହିତ କରିଛି ପନୁର୍। ସେହିଭଳି ଭୁବନେଶ୍ବରକୁ ଟେମ୍ପଲ୍ ସିଟି ବଦଳରେ ଟେରର ସିଟି ବୋଲି କହିଛି ପନୁର। ଏଥିରେ ସ୍ପଷ୍ଟ ଇଂରାଜୀରେ ପନୁର କହିଛି ଯେ, ପ୍ରବାସୀ ସମ୍ମିଳନୀ ମାଧ୍ୟମରେ ମୋଦି ଓଡ଼ିଶାରେ ର ‘ ଏଜେଣ୍ଟ ନିଯୁକ୍ତି କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛି ସେ । ୧୦ ସେକେଣ୍ଡ ଭିଡ଼ିଓରେ ତାଙ୍କ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଛି। ସେହିଭଳି ବୈଦେଶିକ ମନ୍ତ୍ରୀଙ୍କୁ ଧମକାଇ କହିଛି ଯେ, ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କିଭଳି ଯିବେ ତାର ସୁରକ୍ଷା ନେଇ ଚିନ୍ତା କରନ୍ତୁ ବୋଲି କହିଛି ପନୁର। କାରଣ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ତାଙ୍କର ଏଜେଣ୍ଟ ରହିଛନ୍ତି ବୋଲି କହିଛି ପନୁର।
ପ୍ରକାଶ ଥାଉ କି ଭୁବନେଶ୍ୱର ଡିଜିପି ସମ୍ମିଳନୀ ପୂର୍ବରୁ ମଧ୍ୟ ଧମକ ଦେଇଥିଲା ପନୁର। ଏଥିପାଇଁ ଓଡ଼ିଶା ପୁଲିସ ସମ୍ପୂର୍ଣ ସଜାଗ ହୋଇଯାଇଥିଲା। ରାଜ୍ୟରେ ବ୍ୟାପକ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ସେହିଭଳି କୁମ୍ଭମେଳା ପୂର୍ବରୁ ମଧ୍ୟ ସମାନ ଧରଣର ଧମକ ଦେଇଥିଲା ପନୁର।

TT Ads

Leave a Reply

Your email address will not be published. Required fields are marked *