TT Ads

ମଣପୁରମ୍ ଗୋଲ୍ଡ ଲୋନ କାର୍ଯ୍ୟାଳୟରୁ ଡକାୟତ ଲୁଟି ନେଲେ ୩୦ କିଲୋ ସୁନା ସମେତ ନଗଦ ଟଙ୍କା
ସମ୍ବଲପୁର, ୩/୧(ଓଡ଼ିଶା ଜାଗରଣ) : ସମ୍ବପୁରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରେ ପଶି ଡକାୟତ ମାନେ ୩୦ କିଲୋ ସୁନା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଡକାୟତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି। ଖବର ନେବାରୁ ଜଣାପଡ଼ିଛି ଯେ, ଶୁକ୍ରବାର କାର୍ଯ୍ୟାଳୟ ଖୋଲିବାର ଅଳ୍ପ କିଛି ସମୟ ଅର୍ଥାତ୍ ଦିନ ୧୦ଟା ୪୦ ମିନିଟ ବେଳକୁ ହଠାତ୍ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଧରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। କର୍ମଚାରୀମାନେ କିଛି ଭାବିବା ଆଗରୁ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ପ୍ରଥମେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ସମସ୍ତଙ୍କ ମୋବାଇଲକୁ ନିଜ କବାଜକୁ ନେବା ପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଚାବି ଖୋଲିଥିଲେ। ଲକରରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲକର୍ ମୋଟ ୩୦ କେଜି ସୁନା ଥିବା ସଂସ୍ଥା ପକ୍ଷରୁ କୂହାଯାଇଛି। ଅପରପକ୍ଷେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଥିବା ବେଳେ ପୂରା ସହରକୁ ନକାବନ୍ଦୀ କରି ଛନଭିନ ଆରମ୍ଭ କରିଛି। ଆଇଆଇସିଙ୍କ ସମେତ ଏସପି ପହଞ୍ଚି ପଚଉଚରା କରୁଛନ୍ତି।

TT Ads

Leave a Reply

Your email address will not be published. Required fields are marked *