ସମସ୍ୟା ପାଲଟିଛି ଶିଳ୍ପାୟନ। ଶିଳ୍ପାୟନ ଯୋଗୁଁ ସମାଜରେ ଯେତିକି ନିଯୁକ୍ତି ସୃଷ୍ଟି ହୋଇଛି ତା ଅପେକ୍ଷା ପରିବେଶ ଦିଗରୁ ଅଧିକ କ୍ଷତି ହୋଇଛି। ଦିନ ଆସିବ ଏହି କାରଣରୁ ପୃଥିବୀ ପୃଷ୍ଠରେ ମଣି ବସବାସ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିବ।
ଶିଳ୍ପାୟନ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ଥିତିକୁ ଯଦି ଅନୁଧ୍ୟାନ କରାଯିବ ତେବେ ଏବେ ଏଠାରେ ଅଙ୍ଗାରକାମ୍ଳର ମାତ୍ର ୧୪୯ ପ୍ରତିଶତ ବୃଦ୍ଧି ପାଇଛି। ଏହା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପାୟନ ସାଙ୍ଗକୁ ବୃକ୍ଷଛେଦନ ପାଇଁ ଏଭଳି ପରିସ୍ଥିତି ପରିବେଶ ପାଇଁ କ୍ଷତିକାରଣ ସାବ୍ୟସ୍ତ ହେବାରେ ଲାଗିଛି। ତେଣୁ ଯୁଦ୍ଧ ନୁହେଁ ଦିନ ଆସିବ ବିନା ଯୁଦ୍ଧରେ ବିଶ୍ୱର ତାପମାତ୍ରା ଓ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇଁ ଧ୍ୱଂସ ହୋଇଯିବ।
ଦିନକୁ ଦିନ ପୃଥିବୀ ଉପରେ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନର ପ୍ରଭାବ ବଢ଼ିବରେ ଲାଗିଛି। ଏତେମାତ୍ରା ବୃଦ୍ଧି ପାଇଛି ଯେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀ ପୃଷ୍ଠର ତାପମାତ୍ରା ଅଧିକ ୨.୭ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଇଛି। ସୂଚନା ଅନୁଯାୟୀ ପୃଥିବୀରେ ୧୯୯୦ ରୁ ୨୦୨୦ ମଧ୍ୟରେ ସବୁଜଗୃହ ଗ୍ୟାସ ୪୭ ପ୍ରତିଶତ ଓ ଅଙ୍ଗାରକାମ୍ଳ ଗ୍ୟାସ ୮୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ନିକଟରେ ସିଇସି ଓ ଆମେରିକାସ୍ଥିତ ରିଭର୍ସ ଅଫ୍ ଦି ୱାର୍ଲ୍ଡର ମିଳିତ ସହଯୋଗରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ୱାଟର, ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ୍ କ୍ଲାଇମେଟ ଚେଞ୍ଜ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାରେ ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍ଓ)ର ତଥ୍ୟକୁ ଆଧାର କରି ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି ଯେ, ଯଦିଓ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୫ରେ ପ୍ୟାରିସ୍ରେ ହୋଇଥିବା ବୁଝାମଣା ଅନୁଯାୟୀ ପୃଥିବୀର ବୃଦ୍ଧି ପାଉଥିବା ତାପମାତ୍ରାକୁ ୨ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ସୀମାବଦ୍ଧ ରଖିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ବିଭିନ୍ନ କାରଣ ନେଇ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଯଦି ନିୟନ୍ତ୍ରଣ ଅଣା ନ ଯାଏ ବା ବିଶ୍ୱବ୍ୟାପୀ ଯୁଦ୍ଧକାଳୀନ ଭାବେ ପଦକ୍ଷେପ ନିଆ ନ ଯାଏ ତେବେ ପରିସ୍ଥିତି ସାଂଘାତିକ ହେବ। ପରିବେଶରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଶିଳ୍ପାୟନ ପୂର୍ବ ସମୟ ଠାରୁ ୧୪୯ ପ୍ରତିଶତ ବୃଦ୍ଧି ପାଇଛି ଯାହା ଉଦ୍ବେଗଜନକ।
ଏହା ପୃଥିବୀ ଓ ଭବିଷ୍ୟତ ପିଢ଼ି ନିମନ୍ତେ ଉତ୍ତମ ନୁହେଁ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। ସେହିପରି ବାୟୁମଣ୍ଡଳରେ ମିଥେନ୍ ଓ ନାଇଟ୍ରସ ଅକ୍ସାଇଡର ମାତ୍ରା ୧୭୫୦ ମସିହା ତୁଳନାରେ ଯଥାକ୍ରମେ ୨୬୨ ପ୍ରତିଶତ ଓ ୧୨୩ ପ୍ରତିଶତ ବୃଦ୍ଧି ପାଇଛି। ତେବେ ପୃଥିବୀ ପ୍ରାୟ ୩ ରୁ ୫ ନିୟୁତ ବର୍ଷ ପୂର୍ବେ ଅଙ୍ଗାରକାମ୍ଳର ତୁଳନୀୟ ଏକତ୍ରୀକରଣ ଅନୁଭବ କରିଥିଲା ଯେତେବେଳେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିଲା।


