ଶୀତ ଯିବାର କିଛିଦିନ ପରେ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ହ୍ରାସ ପାଇଛି। ଗୁରୁବାର ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରୀ ରହିଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ବରାତିରେ ଅର୍ଥାତ୍ ବୁଧବାର ରାତିରେ ଭୁବନେଶ୍ୱର ତାପମାତ୍ରା ରହିଥିଲା ୨୧.୬ ଡିଗ୍ରୀ ସେଲସିୟସ। ଯାହା ପୂର୍ବ ରାତି ତୁଳନାରେ ୩.୫ ଡିଗ୍ରୀ କାମ। ସେହିଭଳି ରାଉରକେଲା ତାପମାତ୍ରା ୧୩ ଡ଼ିଗ୍ରୀରୁ ଖସି ୯.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାର ତାପମାତ୍ରା ୧୩.୨ ରୁ ୧୦.୨ ଡିଗ୍ରୀକୁ ହ୍ରାସ ପାଇଛି।
ସୁନ୍ଦରଗଡ଼ର ରାତ୍ରୀକାଳୀନ ସର୍ବନିମ୍ନ ତାପମାତ୍ରା ୧୫.୩ ରୁ ୧୨.୬ କୁ ଖସି ଆସିଛି। ପ୍ରକାଶ ଥାଉ କି ଗୁରୁବାର ଭୁବନେଶ୍ଵରର ଦିନବେଳା ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଥିଲା। ଯାହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ପ୍ରକାଶ ଥାଉ କି ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ହ୍ରାସ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।



