ବିଶ୍ୱରେ ବିଭିନ୍ନ ବିଚିତ୍ର ଗାଁ ସବୁ ଦେଖିବାକୁ ମିଳେ। ସେଇ ଗାଁ ମଧ୍ୟରୁ କେନିଆର ଉମୋଜା ହେଉଛି ଅନ୍ୟତମ। ଏହି ଗାଁର ବିଶେଷତ୍ଵ ହେଉଛି ଏଠାରେ ପୁରୁଷ ଦେଖିବାକୁ ମିଳନ୍ତି ନାହିଁ। ଅର୍ଥାତ ପୁରୁଷଶୂନ୍ୟ ଗାଁ।
ନାଇରୋ ହେଉଛି ଏକ ନିକଟବର୍ତ୍ତୀ ନଦୀକୂଳରେ ଏହି ଗାଁଟି ଅବସ୍ଥିତ। ଗାଁଟି ଅତି ପୁରୁଣା ନ ହେଲେ ମଧ୍ୟ ୧୯୯୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। କେନିଆର ରାଜଧାନୀ ନାଇରୋବିରୁ ୩୮୦ କିଲୋମିଟର ଦୂରରେ ଅବସ୍ଥିତ ଗାଁଟି ସାମ୍ବୁରୁ କାଉଣ୍ଟିର ଆର୍ଚର୍ସ ପୋଷ୍ଟ ସହର ନିକଟରେ ଅବସ୍ଥିତ। ଗାଁରେ କେବଳ ମହିଳାମାନେ ହିଁ ବସବାସ କରନ୍ତି।
ଏଭଳି ଗାଁର ଉତ୍ପତ୍ତି ବିଷୟରେ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇ ପାରନ୍ତି। କେନିଆରେ ଗୋଟିଏ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଉଗ୍ରରୂପ ନେଇଥିଲା। ପୁରୁଷମାନେ ଜୋର୍ ଜବରଦସ୍ତ ବଳପୂର୍ବକ ମହିଳାଙ୍କୁ ବିବାହ କଲେ। ଏମିତିକି ଏଥିରେ ଅରାଜି ହେଲେ ମହିଳାଙ୍କ ଯୌନାଙ୍ଗ କାଟିଦେଲେ। ସେହି ସମୟରେ କେନିଆର ପଳାୟନ କରୁଥିବା ନିର୍ଯାତିତ ମହିଳାମାନେ ଏହି ଗାଁରେ ଆଶ୍ରୟ ନେଇଥିଲେ।
ସାମ୍ବୁରୁ ମହିଳା ରେବେକା ଲୋଲୋସୋଲିଙ୍କ ଦ୍ୱାରା ଗାଁଟି ପ୍ରତିଷ୍ଠିତ ହୋଇଥିଲା । ସାମ୍ବୁରୁ ଲୋକଙ୍କ ମହିଳାମାନେ ହିଂସା ଏବଂ ମହିଳାଙ୍କ ପାରମ୍ପରିକ ଅଧାର୍ମିକ ସ୍ଥିତି ସହିତ ସହମତ ନୁହଁନ୍ତି। ସେମାନେ ସାମ୍ବୁରୁ ଜାତୀୟ ସଂରକ୍ଷଣ ପାର୍ଶ୍ୱରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ, ସାଂସ୍କୃତିକ କେନ୍ଦ୍ର ଏବଂ କ୍ୟାମ୍ପିଂ ସାଇଟ୍ ଚଳାନ୍ତି। ସେମାନେ ଗାଁକୁ ଲାଭ ଦେବା ପାଇଁ ଅଳଙ୍କାର ତିଆରି କରନ୍ତି ଏବଂ ବିକ୍ରୟ କରନ୍ତି।

ପୁରୁଷମାନଙ୍କୁ ଗାଁକୁ ଯିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଉମୋଜା ଗାଁରେ ରହିବାକୁ ଅନୁମତି ନାହିଁ। ପ୍ରତିଦିନ ଜଣେ ବ୍ୟକ୍ତି ଗାଈପାଳନ କାମ କରିବା ପାଇଁ ଗାଁକୁ ଆସନ୍ତି କିନ୍ତୁ ସନ୍ଧ୍ୟାରେ ଫେରିଯାଆନ୍ତି। ସବୁଠାରୁ ଅନାଥ ଅସହାୟ ଶିଶୁ ଓ ଛୋଟ ପିଲାମାନଙ୍କୁ ଏଇ ଗାଁରେ ଲାଳନ ପାଳନ କରାଯାଏ। କିନ୍ତୁ ପୁଅମାନଙ୍କୁ ୧୮ ବର୍ଷ ବୟସ ହେବା ପରେ ସେଠାରୁ ଚାଲିଯିବାକୁ କୁହାଯାଇଥାଏ।
୨୦୦୫ ମସିହାରେ, ଉମୋଜାରେ ୩୦ ଜଣ ମହିଳା ଏବଂ ୫୦ ଜଣ ଛୋଟପିଲା ରହୁଥିଲେ। ୨୦୧୫ ସୁଦ୍ଧା, ଗାଁରେ ୪୭ ଜଣ ମହିଳା ଏବଂ ୨୦୦ ଜଣ ପିଲା ରହୁଥିଲେ।
ଉମୋଜାର ବାସିନ୍ଦାମାନେ ପାରମ୍ପରିକ ସାମ୍ବୁରୁ ହସ୍ତଶିଳ୍ପରେ ନିୟୋଜିତ ଅଛନ୍ତି ଯାହାକୁ ସେମାନେ ଉମୋଜା ୱାସୋ ମହିଳା ସାଂସ୍କୃତିକ କେନ୍ଦ୍ରରେ ବିକ୍ରୟ କରନ୍ତି। ହସ୍ତଶିଳ୍ପରେ ରଙ୍ଗୀନ ମଣି, ଏକ ଘରେ ପ୍ରସ୍ତୁତ କମ୍ ଆଲକୋହଲ ବିୟର ଆନାଲଗ୍ ଏବଂ ଆହୁରି ଅନେକ କିଛି ଅନ୍ତର୍ଭୁକ୍ତ। ଏହି ଜିନିଷଗୁଡ଼ିକ ଏକ ୱେବସାଇଟରେ ମଧ୍ୟ ଉପଲବ୍ଧ। ଯାହାକୁ ବିକ୍ରି କରି ଗାଁ ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି।


