ଦିଲ୍ଲୀ ସିଂହାସନରେ ବସିଲେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ। ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା। ଏଥିପାଇଁ ରାମଲୀଳା ମଇଦାନରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।
ରେଖା ହେଉଛନ୍ତି ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ଦୀର୍ଘ ୨୭ ବର୍ଷ ତଳେ ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ। ତେବେ ସୁଷମା ସ୍ୱରାଜ ମାତ୍ର ୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ୧୯୯୮ ମସିହା ଅକ୍ଟୋବର ୧୨ ରୁ ୩ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ସୁଷମା।  ସୁଷମାଙ୍କ ପରେ ଶିଲା ଦୀକ୍ଷିତ ୧୫ ବର୍ଷ ୨୫ ଦିନ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ପରବର୍ତ୍ତୀ ସମୟରେ ଆପ୍‌ ନେତା ଅରବିନ୍ଦ କେଜ୍ରିିୱାଲ ମୁଖ୍ୟମନ୍ତ୍ରୀ ରହିଥିଲେ। ଦୀର୍ଘ ୧୨ ବର୍ଷ କାଳ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବା ପରେ ଅତିଶୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଆତିଶୀ ମାର୍ଲନା୧୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗତ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଛି। ବିଜେପି ଦ୍ୱିତୀୟ ଥର ପାଇଁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଅପରପକ୍ଷେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କୁ ଦଳୀୟ ବିଧାୟକମାନେ ଚୟନ କରିଛନ୍ତି। ପରବେଶ ବର୍ମା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହରାଇଥିବାରୁ ତାଙ୍କୁ ପୁରସ୍କାର ସ୍ୱରୂପ ଏହି ଆସନ ଦିଆଯାଇଛି।

ନିଯୁକ୍ତିରେ ଅନିୟମିତତା ଅଭିଯୋଗ ପାଇ ଭୁବନେଶ୍ବର ଏମ୍ସରେ ଚଢ଼ଉ କରିଛି ସିବିଆଇ। ସିବିଆଇର ଏକ ୯ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି

ପ୍ରତିଷ୍ଠାନର କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ଟିମ୍। ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ନେଇ ଅଭିଯୋଗ ହେବା ପାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ପରେ ସୁରାକ ମିଳିଥିଲା। ଯେଉଁଥିପାଇଁ ଏହି ଚଢ଼ଉ କରାଯାଉଛି। ଚଢ଼ଉ ସମୟରେ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା ଜାରି ରହିଛି।

ପ୍ରକାଶ ଥାଉ କି ଗତ ୨୦୨୩ ମସିହା ମାର୍ଚ୍ଚ ଏପ୍ରିଲ୍ ମାସରେ ମଧ୍ୟ ସିବିଆଇ ପକ୍ଷରୁ ଏମ୍ସ ଭୁବନେଶ୍ଵରରେ ଚଢ଼ଉ କରାଯାଇଥିଲା। ଫାର୍ମାସୀ ଷ୍ଟୋର ଟେଣ୍ଡର ନେଇ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା ଏଵଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନିୟମିତତା ନେଇ ସୂଚନା ପାଇଥିଲା ସିବିଆଇ। ସିବିଆଇ ପକ୍ଷରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଜିବା ସହ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଫାର୍ମାସୀ ଷ୍ଟୋର ଅପରେଟରଙ୍କୁ ସିବିଆଇରେ ହାଜର ପାଇଁ ନୋଟିସ କରାଯାଇଥିଲା।

ସୋମବାର ସକାଳେ ଦିଲ୍ଲୀ ଓ ପରେ ପରେ ବିହାରରେ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ହୋଇ ନ ଥିବା ଜଣାପଡ଼ିଛି
ସୋମବାର ସକାଳେ ଦିଲ୍ଲୀ ଓ ଏହାର ସଂଲଗ୍ନ ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୦ ରହିଥିବା ବେଳେ ଗଭୀରତା ୫ କିଲୋମିଟର ଥିଲା। ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସତର୍କତା ପାଳନ କରିବାକୁ ଅନୁରୋଧ କରିଛନ୍ତି। ଭୂମିକମ୍ପ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧନମନ୍ତ୍ରୀ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଦିଲ୍ଲୀ ପୋଲିସ ନାଗରିକମାନଙ୍କୁ ସାହାଯ୍ୟ ପାଇଁ ଜରୁରିକାଳୀନ ୧୧୨ ହେଲ୍ପଲାଇନ୍‌କୁ କଲ୍ କରିବାକୁ ଅନୁରୋଧ କରିଛି।
ଦିଲ୍ଲୀ ପରେ ସକାଳ ୮ଟା ୨ ମିନିଟରେ ବିହାରରେ ମଧ୍ୟ ଆଜି ସକାଳେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ୪.୦ ରହିଥିବା ବେଳେ ଏହାର ଗଭୀରତା ଥିଲା ୧୦ କିଲୋମିଟର।

ଗତକାଲି ରେଳ ଷ୍ଟେସନ ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରାଯିବ ସହ ୟୁପିର ସବୁ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି
ଗତକାଲି ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିହାରର ସର୍ବାଧିକ ମୃତକ ରହିଛନ୍ତି। ବିଭାଗୀୟ ସୂଚନା ଅନୁଯାୟୀ ଦଳାଚକଟାରେ ବିହାରର ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀର ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ହରିଆଣାର ଜଣେ ଯାତ୍ରୀଙ୍କ ମୃତ୍ୟୁ ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି।
ଅପରପକ୍ଷେ ରେଳବାଇ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିଭଳି ଗୁରୁତର ଆହତଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଅପରପକ୍ଷେ ଏଭଳି ଘଟିବା ପଛରେ କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ୍ ଆଧାରରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

କିଛିଦିନର ବ୍ୟବଧାନ ପରେ ମହାକୁମ୍ଭରେ ପୁଣି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ସହରର ସବୁ ଗଳିକନ୍ଦିରେ ଗହଳି, ଭିଡର ଭୟଙ୍କର ସ୍ଥିତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି

କୁମ୍ଭ ମେଳରେ ଯିଏ ଯୁଆଡେ ପାରୁଛି ପଳାଉଛି, ଗାଡି ପୂରାଇ ଦେଉଛି। ସଙ୍ଗମସ୍ଥଳ ପାଇଁ ଅଲଗା ରାସ୍ତା କରାଯାଇଥିଲେ ବି କେହି ନିୟମ ମାନୁନାହାନ୍ତି। ଫଳରେ ପ୍ରୟାଗରାଜରେ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି।
ଲୋକେ କିଭଳି ଜଲଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେଥିପାଇଁ ଯିଏ ଯୁଆଡେ ପାଇଲା ପଳାଇଛନ୍ତି।
ମହାକୁମ୍ଭରେ ମହାଜାମ୍ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରକ୍ତି ଭାବ ପୋଷଣ କରିଛନ୍ତି। ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ଦାୟିତ୍ୱରେ ଥିବା ଦୁଇ ଆଇପିଏସ୍ ଅଫିସରଙ୍କୁ ଡାକି ଭୀଷଣ ଉଦବେଗ ପ୍ରକାଶ କରିଛନ୍ତି। ଯୋଗୀ ସେମାନଙ୍କୁ କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ବ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନମାନଙ୍କରେ ଆପଣ ଦାୟିତ୍ବହୀନ ଭାବେ କାମ କରିଛନ୍ତି ଯାହାର ପରିଣାମ ଭୋଗିବାକୁ ପଡିବ। ତାସହ ମହାକୁମ୍ଭର ବଡବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ।