ଟ୍ରେନ୍ ଅପହରଣ ପରଠାରୁ ବେଲୁଚସ୍ତାନରେ ପ୍ରତିଦିନ କେଉଁଠିନା କେଉଁଠି ହିଂସା ଦେଖିବାକୁ ମିଳିଛି। ପାକିସ୍ତାନ ସରକାରଙ୍କ ଦମନଲୀଳାକୁ ବିରୋଧ କରି ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଦିନକୁ ଉଭୟ ପାକିସ୍ତାନ ଏବଂ ବେଲୁଚସ୍ତାନ ଅଶାନ୍ତ ହେବା ସହ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି।
ପାକିସ୍ତାନ ବିରୋଧରେ ବେଲୁଚିସ୍ତାନରେ ଆରମ୍ଭ ହୋଇଛି ବିଶାଳ ପ୍ରତିବାଦ। ପାକିସ୍ତାନ ଏବଂ ପାକିସ୍ତାନ ସେନା ବିରୋଧରେ ବେଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପାକିସ୍ତାନ ସେନା ଲାଠିଚାର୍ଜ କରୁଥିବା ବେଳେ ଏପର୍ଯ୍ୟନ୍ତ ବଲୁଚିସ୍ତାନର ପ୍ରମୁଖ ନେତା ମହରଙ୍ଗ ବାଲୁଚ୍ଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ମେହରାଙ୍ଗ ବାଲୁଚ୍ ଜଣେ ମାନବାଧିକାର ନେତା। ଶନିବାର ସକାଳେ କ୍ୱେଟା ପୁଲିସ ଏବଂ ପ୍ରଶାସନ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ଯେତେବେଳେ ସେ ବାଲୁଚ୍ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏକ ପ୍ରତିବାଦରେ ଅଂଶଗ୍ରହଣ କରୁଥିଲେ। ଦାବି କରାଯାଉଛି ଯେ, ପାକିସ୍ତାନୀ ସେନାର ନିର୍ଦ୍ଦେଶରେ ମହରାଙ୍ଗ ବାଲୁଚ୍ଙ୍କୁ ଗାଏବ କରାଯାଇଛି ଏବଂ ତାଙ୍କର ଅବସ୍ଥିତି ବିଷୟରେ କୌଣସି ସୂଚନା ନାହିଁ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାଲୁଚ୍ ୟାକଜେହତି କମିଟି (ବିୱାଇସି) ଉଲ୍ଲେଖ କରିଛିଯେ, ପ୍ରତିବାଦ ସ୍ଥଳରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହକୁ ପାକିସ୍ତାନ ପ୍ରଶାସନ ନିଜ ହେପାଜତକୁ ନେଇଛି।
ବିୱାଇସି କହିଛି, କ୍ୱେଟା ପୁଲିସ ଏବଂ ପ୍ରଶାସନ ବିୱାଇସି (ବାଲୋଚ୍ ୟୁନିଟି କମିଟି) କେନ୍ଦ୍ରୀୟ ନେତା ଡକ୍ଟର ମେହରାଙ୍ଗ ବାଲୁଚ୍ଙ୍କୁ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହିତ ଗିରଫ କରିଛି ଏବଂ ସହିଦ ଯୁବକଙ୍କ ମୃତଦେହକୁ ମଧ୍ୟ ନିଜ କବଜାକୁ ନେଇଥିବା ଉଲ୍ଲେଖ କରିଛି ବିୱାଇସି।
ବିୱାଇସି ବିବୃତିରେ କହିଛି ଯେ, ପାକିସ୍ତାନ ପ୍ରଶାସନ ମହିଳା ଏବଂ ପିଲାମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଛି। ବିୱାଇସି କହିଛି ଯେ, ବିୱାଇସି କେନ୍ଦ୍ରୀୟ ନେତା ବେବିଗର ବାଲୁଚ୍, ଡକ୍ଟର ହମାଲ୍ ଡକ୍ଟର ଇଲିଆସ୍ ଏବଂ ସଇଦ ବାଲୁଚ୍ ଏବଂ ଅନ୍ୟ ମହିଳାଙ୍କ ଅପହରଣ ବିରୋଧରେ କ୍ୱେଟା ସାରିଆବରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି।
ଏହି ଲୋକମାନଙ୍କୁ ପାକିସ୍ତାନୀ ସେନା ଅପହରଣ କରିଛି ଏବଂ ସେମାନେ ନିଖୋଜ ଅଛନ୍ତି। ମାହରାଙ୍ଗ ବାଲୁଚ୍ ଏହା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲେ।


