ନିକଟରେ ଅହମଦାବାଦ୍ରେ ଘଟିଥିବା ବିମାନ ଦୁର୍ଘଟଣା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଜଣେ ଚଳଚ୍ଚିତ୍ର ନିର୍ମାତା କେଉଁଆଡେ଼ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପରଠାରୁ ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ଡିଏନଏ ନମୁନା ଦାଖଲ କରିଛନ୍ତି।
ବିମାନ ଦୁର୍ଘଟଣାରେ ବିମାନ ମଧ୍ୟରେ ଥିବା ଜଣକୁ ଛାଡ଼ିବା ପରେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ବିମାନଟି ତଳେ ପଡିବା ଫଳରେ ବାହାରେ ଥିବା କିଛି ଲୋକଙ୍କର ମୃତ୍ୟୁ ଘଟିଛି।
ଏହାରି ମଧ୍ୟରେ ସିନେ ନିର୍ମାତା ମହେଶ କଳାୱାଡିଆ ନ ମଳିବା କଥା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ନିଖୋଜ ସିନେ ପ୍ରୟୋଜକ ହେଉଛନ୍ତି ନରୋଦାର ବାସିନ୍ଦା। ସେହି ଦିନ ଅପରାହ୍ଣରେ ଲ ଗାର୍ଡେନ୍ ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ, ବୋଲି ତାଙ୍କ ସ୍ତ୍ରୀ ହେତଲ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ କହିଛନ୍ତି।
ମହେଶଙ୍କ ପରିବାର ଲୋକ ଗୁରୁବାର ଦିନଠାରୁ ତାଙ୍କ ସହିତ ଯୋଗାଯୋଗ କରିପାରିନାହାନ୍ତି। ବିମାନଟି ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଏକ ମେଡିକାଲ୍ କଲେଜ ହଷ୍ଟେଲରେ ଖସି ପଡ଼ିଥିଲା, ଯେଉଁଥିରେ ୨୪୧ ଜଣ ଯାତ୍ରୀ ଏବଂ ଭୂମିରେ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ଚିହ୍ନଟ ହୋଇପାରୁ ନ ଥିଲେ, ଯାହା ଫଳରେ କର୍ତ୍ତୃପକ୍ଷ ଏବଂ ପରିବାରବର୍ଗ ଚିହ୍ନଟ ପାଇଁ ଡିଏନଏ ମେଳ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି।
ମହେଶଙ୍କ ପତ୍ନୀଙ୍କ ଅନୁଯାୟୀ, ପୁଲିସ ତାଙ୍କୁ ସୂଚନା ଦେଇଥିଲା ଯେ ତାଙ୍କ ଫୋନ୍ ଦୁର୍ଘଟଣାସ୍ଥଳରୁ ୭୦୦ ମିଟର ଦୂରରେ ଥିଲା ଏବଂ ବିମାନ ଉଡ଼ାଣ ଆରମ୍ଭ ହେବାର ଗୋଟିଏ ମିନିଟ୍ ପୂର୍ବରୁ ବନ୍ଦ ହୋଇଯାଇଥିଲା।
ମହେଶଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଅପରାହ୍ନ ୧.୧୪ରେ ଫୋନ୍ କରି କହିଥିଲେ ଯେ ତାଙ୍କର ବୈଠକ ଶେଷ ହୋଇଛି ଏବଂ ସେ ଘରକୁ ଯାଉଛନ୍ତି। କିନ୍ତୁ, ଯେତେବେଳେ ସେ ଫେରି ନ ଥିଲେ।
ମହେଶଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଅପରାହ୍ନ ୧.୧୪ରେ ଫୋନ୍ କରି କହିଥିଲେ ଯେ ତାଙ୍କର ବୈଠକ ଶେଷ ହୋଇଛି ଏବଂ ସେ ଘରକୁ ଯାଉଛନ୍ତି। କିନ୍ତୁ, ଯେତେବେଳେ ସେ ଫେରି ନ ଥିଲେ।


