ମାଲକାନଗିରି ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ନକ୍ସଲ ଦମନ ପାଇଁ ବିଏସଏଫ, ସିଆରପିଏଫ, ଆଇଟିବିପି, ଡିଆରଜି, ଏସଟିଏଫ, ଗ୍ରେହାଉଣ୍ଡ, ଏସଓଜି, ଡିଭିଏଫ ଭଳି ବହୁ ବାଟାଲିୟନକୁ ମୁତୟନ କରାଯାଇଛି
ଦୁର୍ଗମ ଅଞ୍ଚଳରେ ମାଓ କ୍ୟାମ୍ପଗୁଡିକରେ କିଛି ବୁଲା କୁକୁର ଆଶ୍ରୟ ନେଇଥାନ୍ତି। ସେଠାରେ ହିଁ ଖାଇବା ପିଇବା ସହ ଯବାନ ସର୍ଚ୍ଚ ଅପରେସନରେ ବାହାରିଲେ ସେମାନଙ୍କ ସହ ଜଂଗଲକୁ ଯିବା ଏବଂ ସେମାନେ ଫେରିଲେ ସେମାନଙ୍କ ସହ ଫେରିଥାନ୍ତି।

ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ମୁତଭେଣ୍ଡି ଠାରେ ଏକ ନୂତନ କ୍ୟାମ୍ପ ଗତ ୨୦୨୧ ମସିହାରେ ସ୍ଥାପିତ ହୋଇଥିଲା। ଏହି କ୍ୟାମ୍ପ ଆସିବା ପରେ ଏଠାରେ ମଧ୍ୟ କିଛି ବୁଲା କୁକୁର କ୍ୟାମ୍ପରେ ରହିବା ଏବଂ ଖାଇବା ସହ ଯବାନଙ୍କ ସହ ସାଙ୍ଗ ହୋଇଯାଇଥିଲେ। ସେଠାରେ ସେଭଳି ଏକ ବୁଲା କୁକୁର ଥିଲା ଯାହାର ନାଁ ଦିଆଯାଇଥିଲା କିଆ।

ଗତ ଡିସେମ୍ବର ମାସର ୨୪ ତାରିଖରେ ସ୍ଥାନୀୟ ଜଂଗଲରେ ସର୍ଚ୍ଚ ଅପରେସନ ଯବାନ ବାହାରିଥିବା ବେଳେ ଅନ୍ୟ କୁକୁରଙ୍କ ସହ କିଆ ମଧ୍ୟ ସାଙ୍ଗରେ ଥିଲା। ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଆ ଯବାନଙ୍କ ଆଗରେ ଚାଲିଥିଲା। ତେବେ ଜଂଗଲର ମଧ୍ୟ ଭାଗରେ ହଠାତ୍ ଏକ ବିସ୍ଫୋରଣ ଶୁଭିଲା, ଯାହା ପ୍ରଚଣ୍ଡ ଶଦ୍ଦରେ ଜଂଗଲ କମ୍ପି ଉଠିଥିଲା।

ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଆ ମୃତ୍ୟୁବରଣ କରିଥିଲା। ଏକ ବଡ ଧରଣର ଅଘଟଣରୁ ଯବାନମାନେ ବର୍ତ୍ତି ଯାଇଥିଲେ। କିଆ ସହିଦ ହୋଇଥିଲେ ମଧ୍ୟ ବହୁ ଯବାନଙ୍କ ଜୀବନ ବଞ୍ଚାଇଥିବାରୁ କ୍ୟାମ୍ପ ନିକଟରେ କିଆର ଏକ ସ୍ମାରଜୀ ତିଆରି କରି ଯବାନ ପ୍ରତିଦିନ ସେଠାରେ ସାଲୁଟ ମାରିଥନ୍ତି। ଯବାନ ଆଜି ବି କିଆକୁ ଭୁଲିପାରିନାହାନ୍ତି।

ଆଜି ବି କିଆକୁ ଝୁରୁଛନ୍ତି ଯବାନ। ମନେପଡିଲେ ଯବାନଙ୍କ ଆଖି ଛଳ ଛଳ ହୋଇଯାଏ। କିଆର ବଳିଦାନକୁ ଯବାନ ସବୁଦିନ ପାଇଁ ମନେ ରଖିବେ ବୋଲି କହନ୍ତି। କିଆର ସ୍ମାରକି ତିଆରି କରି ତାର ବଳିଦାନକୁ ସବୁବେଳେ ମନେ ପକାଇବା ପାଇଁ ଏକ ପ୍ରୟାସ କରାଯାଉଛି।

ଓଡ଼ିଶାରେ ୩୭୩୮ ବାଂଲା ଅନୁପ୍ରବେଶକାରୀ

ହଷ୍ଟେଲକୁ ଯାଇଥିଲେ ରହି ପାଠ ପଢିବା ପାଇଁ । କିନ୍ତୁ ଏମିତି କଣ ହେଲା ଯେ ନାବାଳିକାଙ୍କୁ ଶେଷରେ ମାଆ ହେବାକୁ ପଡ଼ିଲା। ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ।

ସ୍ଥାନୀୟ ଆବାସିକ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ନାବାଳିକା। ଏବେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଛି। ଗତକାଲି ନାବାଳିକା ଛାତ୍ରୀ ଇଂରାଜୀ ପରୀକ୍ଷା ମଧ୍ୟ ଦେଇଥିଲେ। ପରୀକ୍ଷା ପରେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିତ୍ରକୋଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତାଙ୍କୁ ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ତାଙ୍କ ଝିଅ ମାଆ ହୋଇଥିବା କହିଥିଲେ। ଏହି କଥା ଶୁଣି ବାପା ଓ ପରିବାର ଲୋକେ ମେଡ଼ିକାଲ ଆସି ଝିଅକୁ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ମଧ୍ୟ ସେ ହୋଇଥିଲି। ସେଭଳି କୌଣସି ଝିଅ କହି ନ ଥିଲା କି ପରିବାର ଲୋକେ ଜାଣିପାରି ନ ଥିଲି ବୋଲି ଛାତ୍ରୀଙ୍କ ବାପା କହିଛନ୍ତି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
ତେବେ ହଷ୍ଟେଲରେ ରହୁଥିବା ଛାତ୍ରୀ ଗର୍ଭବତୀ ହେବା କଥା ସ୍କୁଲ କର୍ତ୍ତୃପକ୍ଷ କିପରି ଜାଣିପାରି ନ ଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଈ-କେୱାଇସି ଅପ୍-ଡେଟ୍ କରିବାରେ ବଣ୍ଡାଘାଟିର ଲୋକେ ପଛୁଆ ଥିବାରୁ ସେଠାକାର ଅନେକ ମହିଳାଙ୍କ ପାଇଁ ଈ-କେୱାଇସି ସ୍ବପ୍ନ ହୋଇ ପଡ଼ିଛି। ବିଶେଷକରି ମୋବାଇଲ ନେଟୱର୍କ ସମସ୍ୟା, ଉପାନ୍ତ ଅଂଚଳକୁ ଯୋଗାଯୋଗ ନ ଥିବା ଯୋଗୁଁ ସେଠାକାର ଲୋକେ ଈ-କେୱାଇସି କରିପାରୁ ନାହାନ୍ତି।

ଯୋଗାଣ ବିଭାଗ କହିଛି ଏ ଦିଗରେ ଦୃଷ୍ଟି ଦିଆଯାଉଛି, କିଭଳି ଇ-କେୱାଇସି ସମସ୍ତ ହିତାଧିକାରୀ ସାମିଲ ହେବେ ସେନେଇ ଚେଷ୍ଟା କରାଯାଉଛି।
ବଣ୍ଡାଘାଟିରେ ଥିବା ତାଜାବେଡା ଗ୍ରାମବାସୀଙ୍କ କହିବାନୁଯାୟୀ ହେଲା ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ସେମାନଙ୍କ ଗ୍ରାମର ଅନେକ ମହିଳା ଇ-କେୱାଇସି କରିପାରୁ ନାହାନ୍ତି। ବଣ୍ଡାଘାଟିର କଥା ଯଦି କହିବା ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ ଇ-କେଵାଇସିରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି।
ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି। ଯାହାକି ୮୫ ପ୍ରତିଶତ ହୋଇଛି। ଏବେ ବି ୮୨ ହଜାର ୭୭୮ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।