ପିଲା ଖେଳୁଥିଲେ। ଖେଳୁ ଖେଳୁ କାର୍‌ ଭିତରେ ପଶିଗଲେ ଆଉ ବାହାରିପାରିଲେ ନାହିଁ। ସେମାନେ ଜାଣି ନ ଥିଲେ ତାହା ତାଙ୍କର ଶେଷ ଖେଳ ଥିଲା। ଯେଉଁ ଖେଳ ପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଲା।
ଏଭଳି ୪ ଜଣ ଶିଶୁ କାର୍‌ ଭିତରେ ପଶି ଖେଳୁ ଖେଳା ତାହା ଲକ୍‌ ହୋଇଯାଇଥିଲା। ଆଉ ଖୋଲି ବାହାରିପାରି ନ ଥିଲେ। ଶେଷରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଘଟଣା ଘଟିଛି  ଆନ୍ଧ୍ରପ୍ରଦେଶର ବିଜୟନଗରମର ଦ୍ୱାରପୁରୀ ଗାଁରେ।
ଖବର ନେବାରୁ ଜଣାପଡ଼ିଛି ଯେ, ରବିବାର ସକାଳେ ପିଲାମାନେ ଖେଳିବା ପାଇଁ ଘରୁ ବାହାରିଥିଲେ। ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ମିଳି ନ ଥିଲା। ଶେଷରେ ସମସ୍ତଙ୍କ ମୃତଦେହ ଏକ ବନ୍ଦ କାର ଭିତରେ ମିଳିଥିଲା। ପରେ ଜଣାପଡିଲା ଯେ କାରଟି ଗାଁର ମହିଳା ସମ୍ପ୍ରଦାୟ କେନ୍ଦ୍ରର ପାର୍କିଂ ସ୍ଥାନରେ ରଖାଯାଇଥିଲା।
ପିଲାମାନେ ଖେଳୁଥିବା ସମୟରେ ଗାଡ଼ିରେ ବସିଥିଲେ ଏବଂ ଗାଡ଼ିର ଡୋର୍‌ ହଠାତ୍‌ ବନ୍ଦ ହୋଇଯାଇଥିଲା। କାରର ସମସ୍ତ କାଚ ମଧ୍ୟ ବନ୍ଦ ଥିଲା। ଏପରି ପରିସ୍ଥିତିରେ, ପିଲାମାନଙ୍କୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିଲା ନାହିଁ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁବରଣ କରିଥିବା ପିଲାମାନେ ହେଉଛନ୍ତି ୮ ବର୍ଷର ଉଦୟ, ୮ ବର୍ଷର ଚାରୁମତୀ, ୬ ବର୍ଷର କରିଶ୍ମା ଏବଂ ମନସ୍ୱିନୀ। ପିଲାମାନଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ସମସ୍ତ ପିଲାମାନେ ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ।
ଘଟଣାସ୍ଥଳରେ ମୋଟ ୯ ଜଣ ପିଲା ଖେଳୁଥିଲେ। ତେବେ ଖେଳୁଥିବା ସମୟରେ, ଏହି ଚାରି ଜଣ ପିଲା ଗାଡ଼ିରେ ବସିଗଲେ ଏବଂ ଡୋର୍‌ ଲକ୍‌ ହୋଇଯାଇଥିଲା। ପିଲାମାନେ ଶ୍ୱାସରୁଦ୍ଧ ହୋଇ ଜୀବନ ହାରିଦେଇଛନ୍ତି। ତେବେ ଗାଡି ମାଲିକ କିଏ ସେନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
ମାଓ ଅପରେସନ୍‌ରେ ୨୦୨୫ ଜାନୁଆରୀରୁ ଏପର୍ଯ୍ୟନ୍ତ ୭୮ ଜଣ ମାଓବାଦୀ ଏବଂ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିବୃତ୍ତିରେ ସ୍ୱୀକାର କରିଛନ୍ତି ସୀମାନ୍ତ ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ
ଏଥିରେ କୁହାଯାଇଛି ଯେ ଗତ ଜାନୁଆରୀ ୧୨ରେ ବନ୍ଦେପାରା ଠାରେ ୫ ଜଣ କମ୍ରେଡ ସହିଦ ହୋଇଥିବା ବେଳେ ଫେବୃଆରୀ ୧ ତାରିଖରେ ୭ ଜଣ ଗ୍ରାମବାସୀ, ଫେବୃଆରୀ ୯ ତାରିଖରେ ଜଲିପେରୁ ନିକଟରେ ୩୧ ଜଣ, ମାର୍ଚ୍ଚ ୨୦ ତାରିଖରେ ଗାଙ୍ଗଲୁର ଠାରେ ୨୬ ଜଣ କମ୍ରେଡ୍‌ ସହିଦ ହୋଇଛନ୍ତି। ସେହିଭଳି ୨୦ ତାରିଖରେ ହିଁ କାଙ୍କେରରେ ୪ ଜଣ କମ୍ରେଡ୍‌, ମାର୍ଚ୍ଚ ୨୫ରେ ଇନ୍ଦ୍ରାବତୀ ଅଞ୍ଚଳରେ ୩ ଜଣ କମ୍ରେଡ ସହିଦ ହୋଇଥିଲେ। ମୋଟ ୭୮ ଜଣ କମ୍ରେଡଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ଦଣ୍ଡକାରଣ୍ୟ ବିପ୍ଲବୀ ଆନ୍‌ଦୋଳନ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା କୁହାଯାଇଛି। ମାଓବାଦୀ ଦଳକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଲୋକଙ୍କ ବିରୋଧରେ ଅପରେସନ କଗାର ନାମରେ ଯୁଦ୍ଧ ଘୋଷଣା କରାଯାଇଛି।
ଗାଁ ଗାଁରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରି ଆଦିବାସୀଙ୍କୁ ଦଣ୍ଡକାରଣ୍ୟରୁ ବାହାର କରିବା ମୂଳ ଲକ୍ଷ୍ୟ ବୋଲି ସଂଗଠନ କହିଛି। ଏହି ପ୍ରେସ ବିଜ୍ଞପ୍ତିରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସହିଦ ହୋଇଥିବା ସମସ୍ତ କମ୍ରେଡଙ୍କ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୪ ତାରିଖରେ ନକ୍ସଲ ବିଜାପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ଏହାକୁ ସଫଳ କରିବାକୁ ସମସ୍ତ ବର୍ଗର ଲୋକେ ସହଯୋଗ କରିବାକୁ ସଂଗଠନ ପକ୍ଷରୁ ପ୍ରେସ୍‌ ବିବୃତ୍ତିରେ ଆହ୍ୱାନ କରାଯାଇଛି।

ମାଲକାନଗିରି ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ନକ୍ସଲ ଦମନ ପାଇଁ ବିଏସଏଫ, ସିଆରପିଏଫ, ଆଇଟିବିପି, ଡିଆରଜି, ଏସଟିଏଫ, ଗ୍ରେହାଉଣ୍ଡ, ଏସଓଜି, ଡିଭିଏଫ ଭଳି ବହୁ ବାଟାଲିୟନକୁ ମୁତୟନ କରାଯାଇଛି
ଦୁର୍ଗମ ଅଞ୍ଚଳରେ ମାଓ କ୍ୟାମ୍ପଗୁଡିକରେ କିଛି ବୁଲା କୁକୁର ଆଶ୍ରୟ ନେଇଥାନ୍ତି। ସେଠାରେ ହିଁ ଖାଇବା ପିଇବା ସହ ଯବାନ ସର୍ଚ୍ଚ ଅପରେସନରେ ବାହାରିଲେ ସେମାନଙ୍କ ସହ ଜଂଗଲକୁ ଯିବା ଏବଂ ସେମାନେ ଫେରିଲେ ସେମାନଙ୍କ ସହ ଫେରିଥାନ୍ତି।

ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ମୁତଭେଣ୍ଡି ଠାରେ ଏକ ନୂତନ କ୍ୟାମ୍ପ ଗତ ୨୦୨୧ ମସିହାରେ ସ୍ଥାପିତ ହୋଇଥିଲା। ଏହି କ୍ୟାମ୍ପ ଆସିବା ପରେ ଏଠାରେ ମଧ୍ୟ କିଛି ବୁଲା କୁକୁର କ୍ୟାମ୍ପରେ ରହିବା ଏବଂ ଖାଇବା ସହ ଯବାନଙ୍କ ସହ ସାଙ୍ଗ ହୋଇଯାଇଥିଲେ। ସେଠାରେ ସେଭଳି ଏକ ବୁଲା କୁକୁର ଥିଲା ଯାହାର ନାଁ ଦିଆଯାଇଥିଲା କିଆ।

ଗତ ଡିସେମ୍ବର ମାସର ୨୪ ତାରିଖରେ ସ୍ଥାନୀୟ ଜଂଗଲରେ ସର୍ଚ୍ଚ ଅପରେସନ ଯବାନ ବାହାରିଥିବା ବେଳେ ଅନ୍ୟ କୁକୁରଙ୍କ ସହ କିଆ ମଧ୍ୟ ସାଙ୍ଗରେ ଥିଲା। ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଆ ଯବାନଙ୍କ ଆଗରେ ଚାଲିଥିଲା। ତେବେ ଜଂଗଲର ମଧ୍ୟ ଭାଗରେ ହଠାତ୍ ଏକ ବିସ୍ଫୋରଣ ଶୁଭିଲା, ଯାହା ପ୍ରଚଣ୍ଡ ଶଦ୍ଦରେ ଜଂଗଲ କମ୍ପି ଉଠିଥିଲା।

ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଆ ମୃତ୍ୟୁବରଣ କରିଥିଲା। ଏକ ବଡ ଧରଣର ଅଘଟଣରୁ ଯବାନମାନେ ବର୍ତ୍ତି ଯାଇଥିଲେ। କିଆ ସହିଦ ହୋଇଥିଲେ ମଧ୍ୟ ବହୁ ଯବାନଙ୍କ ଜୀବନ ବଞ୍ଚାଇଥିବାରୁ କ୍ୟାମ୍ପ ନିକଟରେ କିଆର ଏକ ସ୍ମାରଜୀ ତିଆରି କରି ଯବାନ ପ୍ରତିଦିନ ସେଠାରେ ସାଲୁଟ ମାରିଥନ୍ତି। ଯବାନ ଆଜି ବି କିଆକୁ ଭୁଲିପାରିନାହାନ୍ତି।

ଆଜି ବି କିଆକୁ ଝୁରୁଛନ୍ତି ଯବାନ। ମନେପଡିଲେ ଯବାନଙ୍କ ଆଖି ଛଳ ଛଳ ହୋଇଯାଏ। କିଆର ବଳିଦାନକୁ ଯବାନ ସବୁଦିନ ପାଇଁ ମନେ ରଖିବେ ବୋଲି କହନ୍ତି। କିଆର ସ୍ମାରକି ତିଆରି କରି ତାର ବଳିଦାନକୁ ସବୁବେଳେ ମନେ ପକାଇବା ପାଇଁ ଏକ ପ୍ରୟାସ କରାଯାଉଛି।

ଓଡ଼ିଶାରେ ୩୭୩୮ ବାଂଲା ଅନୁପ୍ରବେଶକାରୀ