ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମିନେରାଲ ପାଣି ବୋତଲ ଭିତରେ ଦେଶୀ ମଦ ପାର୍ଶଲ ହୋଇ ବଜାରକୁ ଛଡ଼ା ଯାଉଥିଲା। ଗ୍ରାହକ ବି ସୁବିଧା ଉପାୟରେ ତାକୁ କିଣି ପିଉଥିଲେ। ମିନେରାଲ ପାଣି ବୋତଲରେ ଏଭଳି ମଦ ବିକ୍ରି ନେଇ ସୂଚନା ପାଇବା ପରେ ଖୋଳତାଡ କରିଥିଲା ଅବକାରୀ ବିଭାଗ।

ଚେର ଖୋଜୁ ଖୋଜୁ ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଥିଲା ଅବକାରୀ ବିଭାଗ। ଦରୁଠେଙ୍ଗ ଅଞ୍ଚଳରେ ଥିବା ଜଙ୍ଗଲ ଭିତରେ ଚାଲିଥିବା ମିନେରାଲ ପାଣି ପ୍ରସ୍ତୁତ କାରଖାନାରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ହାସଲ କରିଥିଲେ ଅବକାରୀ ଅଧିକାରୀ।

ଜଣାପଡିଲା ଯେ ଯେଉଁ ପାଣି ଫ୍ୟକ୍ତ୍ତିରେ ସେମାନେ ପହଞ୍ଚିଛନ୍ତି ତାହା ପ୍ରକୃତରେ ପାଣି ଫ୍ୟାକ୍ଟ୍ରି ନୁହେଁ ବରଂ ବେଆଇନ ମଦ ତିଆରି କାରଖାନା। ଚଢ଼ଉ ପରେ ୧୦ ହଜାର ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଯାହାର ବଜାର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା। ଏଥି ସହିତ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଖବର ନେବାରୁ ଜଣା ପଡ଼ିଛି ଯେ, ପାଣି ପ୍ୟାକିଂ କାରଖାନାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ ରାଜଧାନୀ ସମେତ ଉପକଣ୍ଠବର୍ତ୍ତୀ ଅଞ୍ଚଳ ତଥା କଟକ ଓ ଏହାର ଆଖପାଖ ଅଞ୍ଚଳକୁ ପଠା ଯାଉଥିଲା। ସେହିଭଳି ପାଣି ଗାଡ଼ିରେ ରାଜ୍ୟର ଅନ୍ୟ ଜିଲ୍ଲାକୁ ପଠା ଯାଉଥିଲା।
ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ଘଟଣା ଅନୁସନ୍ଧାନ କରୁଛି।

ଓଡ଼ିଶା ବଜାରରେ ନକଲି ଔଷଧ

ଯଦିବା ପୂର୍ବରୁ ଏକ ମଞ୍ଚରେ ଅଭିନେତ୍ରୀ ନୃତ୍ୟାଙ୍ଗନା ଦର୍ଶକଙ୍କ କାନକୁ କମୁଡ଼ିଦେବା ଓ ମଞ୍ଚରେ ଅନ୍ତବସ୍ତ୍ର ଖୋଲିବାକୁ କେନ୍ଦ୍ର କରି ସାରା ରାଜ୍ୟରେ ଯାତ୍ରା ମଞ୍ଚ ବିବାଦୀୟ ହୋଇଥିଲା। କିନ୍ତୁ ଗତ ଫେବୃଆରୀ ମାସରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ବିବାଦ ଘାନେଇଥିଲା କିନ୍ତୁ ଗତ କିଛି ଦିନ ଧରି ଓଡ଼ିଆ ଯାତ୍ରା ଜଗତରେ ବିଭିନ୍ନ ପ୍ରସଙ୍ଗ ନେଇ ବିବାଦ ଘାନେଇବାରେ ଲାଗିଛି।

ଭୁବନେଶ୍ୱର ଏକାମ୍ର ବିଧାୟକ ଯାତ୍ରା ମଞ୍ଚରେ ଅଶାଳୀନ ନୃତ୍ୟକୁ ବିରୋଧ କରି ଠେଙ୍ଗା ବାହିନୀ ଗଠନ କରିଥିଲେ। ମଞ୍ଚରେ ଅଶ୍ଳୀଳ ନୃତ୍ୟ ହେଲେ ଠେଙ୍ଗା ପ୍ରହାର ହେବ ବୋଲି କହିଥିଲେ। ନିଜ ସରକାର ବିଜେପି କ୍ଷମତାସୀନ ଥାଇ ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ଅନେକ ଲୋକ ଗ୍ରହଣ କରି ନ ଥିଲେ। ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

କିଛିଦିନ ତଳେ ତୁଳସୀ ଗଣନାଟ୍ୟର ହାସ୍ୟ ଅଭିନେତା ନରି ପଣ୍ଡା ଓରଫ ନରେନ୍ଦ୍ର ପଣ୍ଡା ଆଣିଥିବା ଅଭିଯୋଗ ପୂରା ଯଲିଉଡକୁ ସ୍ତବ୍ଧ କରି ଦେଇଥିଲା। ତାଙ୍କୁ ଯାତ୍ରା ପାର୍ଟିର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ ମାଡ ମାରିଥିବା ଅଭିଯୋଗ କରିଥିଲେ ନରି ପଣ୍ଡା। ସାମାଜିକ ଗଣମାଧ୍ୟମରେ ନରି ପଣ୍ଡାଙ୍କ ଅଭିଯୋଗର ଭିଡ଼ିଓ ଭାଇରଲ ହେବା ପରେ ଏକ ବଡ ବିତର୍କ ଓ ବିବାଦର ସୂତ୍ରପାତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଯାତ୍ରା ପାର୍ଟି ମାଲିକ ସଂଘ ନରି ପଣ୍ଡାଙ୍କୁ ବାଇକଟ କରିଥିଲେ।

କୌଣସି ଯାତ୍ରାପାର୍ଟି ତାଙ୍କୁ ନେବେ ନାହିଁ ବୋଲି ସଂଘ ବୈଠକରେ ନିଷ୍ପତ୍ତି ନେଇଥିଲେ। ଫଳରେ ଯାତ୍ରା କଳାକାର ସଂଘ ନରିଙ୍କ ସମର୍ଥନରେ ବତରିଥିଲା। ନରିଙ୍କ ଘଟଣାରେ ମାଲିକମାନେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଥିଲେ। ନଚେତ୍ କଳାକାରମାନେ ଆସନ୍ତା ବର୍ଷ କୌଣସି ପାର୍ଟିରେ ଅଭିନୟ କରିବେ ନାହିଁ ବୋଲି ସଂଘ ପକ୍ଷରୁ ବାପି ପଣ୍ଡା ଘୋଷଣା କରିଥିଲେ।
ଏହାକୁ ଯାତ୍ରା ମାଲିକ ସଂଘ ଏକ ଚ୍ୟାଲେଞ୍ଜ ଭାବେ ନେଇ ବାପି ପଣ୍ଡାଙ୍କୁ ମଧ୍ୟ ଆହ୍ବାନ ଦେଇଥିଲେ। ସେ କ୍ଷମା ମାଗିବା ପାଇଁ ମାଲିକ ଦାବି କରିଥିଲା।

ଯାହାକୁ ସମର୍ଥନ କରି ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ମଧ୍ୟ ମନ୍ତବ୍ୟ ଦେଇଥିଲେ। ମାଲିକଙ୍କ ଅନ୍ୟାୟର ପ୍ରତିବାଦ କରିଥିଲେ। ଏବେ ବି ଯାତ୍ରାକୁ ନେଇ ବିବାଦ ଘନେଇଥିବା ବେଳେ ଆଗକୁ ଏହା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।

ଏହାରି ଭିତରେ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଛି। ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ନେଇ ଅନ୍ୟଏକ ବିବାଦ ମୁଣ୍ଡ ଟେକିଛି। ସୋନାଲିଙ୍କୁ ଯାତ୍ରା ପାର୍ଟି ମାଲିକ ଅନନ୍ତ ପ୍ରସାଦ ଧଳ ଜୋର୍ ଜବରଦସ୍ତ ରଖିଥିବା ତାଙ୍କ ସ୍ଵାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ନିଆଁ ସହ ଖେଳିଲେ ସେ ତୁମକୁ ପୋଡ଼ିଦେବ: ହସିନା

ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ସୂଚନା ଦେଇଛନ୍ତି
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଦ୍ୱାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ଆୟୁଷ୍ମାନ ବାୟୋ ବନ୍ଧନକୁ ମଞ୍ଜୁରୀ ମିଳିଛି। ସେହିପରି ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ୱାରା ହିତାଧିକାରୀମାନେ କ୍ୟାସ୍‌ଲେସ୍‌ ସୁବିଧା ମଧ୍ୟ ପାଇପାରିବେ। ସରକାର ରାଜ୍ୟ ସଡ଼କ ନୀତିକୁ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସେହିପରି ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି।
ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ। ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୬୭ ଲକ୍ଷ ୮୦ ହଜାର ପରିବାର ହେବେ ଉପକୃତ। ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଲାଭ ପାଇବେ।

ଆଗାମୀ ଦିନରେ ଯୋଗାଯୋଗ ଓ ଯାତାୟାତ ଏତେ ସହଜ ହୋଇଯିବ ଯେ ବିଶ୍ଵ ଛୋଟ ମନେହେବ। ପୂରା ବିଶ୍ୱରେ ଗୋଟିଏ ଭାଷା ପ୍ରଚଳନ ହେବ। ସେଥିରେ ଆମ ଭାଷାର ଏକ ସିଂହ ଭାଗ ଯୋଡିବା ଆମ ପାଇଁ ବଡ଼ ଆହ୍ବାନ
ବିଶ୍ଵ ଏବେ ଜଗତୀକରଣ ଆଡ଼କୁ ଗତିକରୁଛି। ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ଚାଲିଚଳଣୀ ପର୍ଯ୍ୟନ୍ତ। ଭାଷା ବି ଏଥିରୁ ବାଦ୍ ପଡ଼ିନି। ଦିନ ଥିଲା ଆମ ପିଲା ଓଡ଼ିଶା ବାହାର କଥା ଛାଡନ୍ତୁ ଓଡ଼ିଶା ଭିତରେ ବି ଭାଷାକୁ ଭାଗ କରି ଦେଇଥିଲେ। ଗୋଟିଏ ଉପ ଅଞ୍ଚଳବାସୀ ଅନ୍ୟ ଏକ ଉପ ଅଞ୍ଚଳକୁ ଗଲା ବେଳେ ଭାବର ଆଦାନପ୍ରଦାନ ପାଇଁ ଝୁଣ୍ଟି ହେଉଥିଲା। ଏବେ ଭାରତ ପୂରା ଏକ ମନେ ହେଉଛି। ଯେ କୌଣସି ପ୍ରଦେଶର ଲୋକ ଅନ୍ୟ ଏକ ପ୍ରଦେଶ ସହ ଯୋଗାଯୋଗ ରଖି ପାରୁଛି। ଭୁବନେଶ୍ଵରକୁ ଏକ ଉଦାହରଣ ଭାବେ ନେଲେ ବୁଝି ହେବ ଏଠି ଭାରତର କୋଣ ଅନୁକୋଣର ଛାତ୍ରଛାତ୍ରୀ ରହିଲେଣି। ଏଥିସହିତ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଭଳି ରାଷ୍ଟ୍ରର ଲୋକେ ରହୁଛନ୍ତି। ସେଠାକାର ପିଲା ବି ଏଠାରେ ପାଠ ପଢୁଛନ୍ତି। ଯେଉଁମାନେ ଏକ ମିଶ୍ର ଭାଷା ବ୍ୟବହାର କରୁଛନ୍ତି।
ଆଗାମୀ ଦିନରେ ଯୋଗାଯୋଗ ଓ ଯାତାୟାତ ଏତେ ସହଜ ହୋଇଯିବ ଯେ ଆମେରିକଠାରୁ ଆରମ୍ଭ କରି, ଋଷିଆ, ଜର୍ମାନ, ଜାପାନ, ଭାରତ ଆଦି ପୂରା ଭୂଖଣ୍ଡ ଛୋଟ ମାନେ ହେବ। ଏଭଳି ସମୟରେ ବିଶ୍ବର ପ୍ରମୁଖ ଭାଷା ମିଶି ନୂଆ ଏକ ଭାଷା ଜନ୍ମ ନେବ। ଯାହା ହେବ ବୈଶ୍ଵିକ୍ ଭାଷା। ଭାଷାର ରୂପ ରେଖ ଭିନ୍ନ ହେବ। ବିଶ୍ବର ସବୁ ଅଞ୍ଚଳବାସୀ ଏହାକୁ ବୁଝି ପାରିବେ। ଯେଉଁ ଭାଷାର ଶବ୍ଦ ଯେତେ ସହଜ, ସରଳ ଓ ବୋଧଗମ୍ୟ ମନେ ହେବ ସେହି ଶବ୍ଦ ଗୁଡ଼ିକ ଅଧିକ ବ୍ୟବହାର୍ଯ୍ୟ ଉପଯୋଗୀ ହେବ। ଆମ ପାଇଁ ବଡ଼ ଆହ୍ବାନ ହେଉଛି ଆମେ କିଭଳି ଓଡ଼ିଆକୁ ସେଥିରେ ଅଧିକ ସାମିଲ କରିପାରିବା। ତେଣୁ ଓଡ଼ିଆରେ ସେଭଳି ଶବ୍ଦ ଆବିଷ୍କାର କରିବା ଓ ବ୍ୟବହାର କରିବା। ଏହି ଭାଷାରେ ଆମକୁ ନିଜର ସ୍ଥିତି ଜାହିର କରିବାକୁ ହେବ।