ରାଜ୍ୟରେ ବିଜେପି ସରକାର ଆସିବା ପରେ ମୋ ବସ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ଗତ ୮ ମାସରେ ଅର୍ଥାତ୍ ନୂଆ ସରକାର ଆସିବା ପରେ ମୋ ବସ୍ ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ଚାଲୁଥିବା ମୋ ବସ୍ ସେବା ଦ୍ୱାରା ୧୯ଟି ଦୂର୍ଘଟଣା ଘଟିଛି। ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣଙ୍କ ମୃତ୍ୟୁ ଘଟିଛି
ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ତେବେ କ୍ଷତିପୂରଣ ବାବଦରେ କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦିଆଯାଇଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦ୍ୟୁତିକ ବସର ବେଗ ୩୫ କିଲୋମିଟର ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଡାସ ବା ସ୍ୱୟଂକ୍ରିୟ ଚଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଦୁର୍ଘଟଣାର ସମୀକ୍ଷା ପାଇଁ ସ୍ବତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି।

ପର ପାଇଁ ବେଶୀ ଭାବିବା କାହିଁକି

ଭୁବନେଶ୍ୱରରୁ ନନ୍ଦନକାନନ ଯିବା ରାସ୍ତାରେ ଏକ ଛୋଟ ଝିଅ ଉପରେ ଚଢ଼ିଯାଇଛି ମୋ ବସ୍। ଫଳରେ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଛି।

ମୃତ ଝିଅଟିର ବୟସ ୧୨ ବର୍ଷ। ସେ ସ୍ଥାନୀୟ ଅଞ୍ଚଳର ରାମ ତିଆଡିଙ୍କ ଝିଅ ବୋଲି ଜଣାପଡିଛି। ରଘୁନାଥପୁର ନିକଟରେ ଝିଅଟି ସାଇକେଲରେ ଯାଉଥିବା ବେଳେ ଭୁବନେଶ୍ୱର ପଟୁ ଯାଉଥିବା ବସଟି ତାକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଡ୍ରାଇଭର ବସ୍ଘ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ରାସ୍ତାରେ ବାଉଁଶ ବାନ୍ଧି ଅବରୋଧ କରିଛନ୍ତି। ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ଅନ୍ୟ ୩ ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ଖବରପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
ପ୍ରକାଶ ଥାଉ କି ଗତ କିଛିଦିନ ତଳେ ଡମଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କ ଗୋଡ଼ରେ ମୋ ବସ୍ ଚଢ଼ିଯିବାରୁ ଗୋଡ ନଷ୍ଟ ହୋଇ ଯାଇଥିଲା। ଯାହାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।