ବାରମ୍ବାର ସିବିଆଇ ଚଢ଼ଉ କରୁଥିବା ନେଇ ଚାକିରିରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ। ନିଜ ଇସ୍ତଫା ଦେବାକୁ ଚାହୁଁଥିବା ମୁଖ୍ୟ ଶାସନ ସଚିବଙ୍କୁ ନିକଟକୁ ଚିଠି ଲେଖି ଜଣାଇଛନ୍ତି। ତେବେ ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ଆଜି ସକାଳେ ସିବିଆଇ ଟିମ୍ ବିଷ୍ଣୁପଦଙ୍କ ସରକାରୀ ବାସଭବନ ସମେତ ପୈତୃକ ଗ୍ରାମ ବାଲେଶ୍ଵର ରେମୁଣା ବାସଭବନରେ ଚଢ଼ଉ କରିଥିଲା। ଯାହାକୁ ନେଇ ପ୍ରଥମଥର ମୁହଁ ଖୋଲିଥିଲେ ବିଷ୍ଣୁପଦ। ଗଣମାଧ୍ୟମ ଆଗରେ ବିଷ୍ଣୁପଦ କହିଥିଲେ ଯେ, ତାଙ୍କ ନାଁ ରେ କୌଣସି ଏଫଆଇଆର ନ ଥିଲେ ମଧ୍ୟ ତାଙ୍କ ଘରେ ସିବିଆଇ ଚଢ଼ଉ କରୁଛି। ସ୍ଥାନୀୟ ପୁଲିସ ବିନା କୌଣସି ମହିଳା କର୍ମଚାରୀ ନ ଆଣି ସିବିଆଇ ଚଢ଼ଉ କରୁଥିବା ବିଷ୍ଣୁପଦ ଅଭିଯୋଗ କରିଥିଲେ। ଏହା ପଛରେ ଷଡଯନ୍ତ୍ର ଥିବା ସେ ଅନୁମାନ କରୁଛନ୍ତି। ସେ ଦଳିତ ହୋଇଥିବାରୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ଏମିତି କି ଟାର୍ଗେଟ କରାଯାଉ ଥିବାରୁ ସେ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ବିଷ୍ଣୁପଦଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ଯେ କଲେଜକୁ ଯାଇ ତାଙ୍କ ଝିଅକୁ ହଇରାଣ କରାଯାଉଛି।

ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ଚଢ଼ଉ କରିଛି ସିବିଆଇ। ସିବିଆଇର ଏକ ୮ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସକାଳ ୭ ଟାରୁ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ସାଢ଼େ ୪ ଘଣ୍ଟା ଧରି ଏହି ଚଢ଼ଉ ଜାରି ରହିଥିଲା

ଅପରପକ୍ଷେ ସିବିଆଇ ମାମଲାରେ ପ୍ରଥମ ଥର ପାଇଁ ମୁଁହ ଖୋଲିଛନ୍ତି ଆଇଏଏସ ବିଷ୍ଣୁପଦ। ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି ସ୍ଵଚ୍ଚତାର ସହ ସେବା ଯୋଗାଇ ଆସିଛନ୍ତି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ କିମ୍ବା ଚଞ୍ଚଳ ମୁଖାର୍ଜୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି କେବେ ନ ଥିଲା। ଏପରି ସ୍ଥଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଏଭଳି ହଇରାଣ କରାଯାଉଛି ବୋଲି କହିଛନ୍ତି ବିଷ୍ଣୁପଦ। ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥିଲେ ମଧ୍ୟ କେଉଁ ଆଧାରରେ ତାଙ୍କୁ ବାରମ୍ବାର ସିବିଆଇ ଚଢ଼ଉ କରୁଛି ସେ ଜାଣନ୍ତିନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି। ସବୁଠାରୁ ବଡ ଅଭିଯୋଗ ଆଣି ବିଷ୍ଣୁପଦ କହିଛନ୍ତି ଯେ ବିନା ମହିଳା କର୍ମଚାରୀ କିମ୍ବା ସ୍ଥାନୀୟ ପୁଲିସକୁ ନ ଆଣି ଏଭଳି ଚଢ଼ଉ କରିଛନ୍ତି।
ଯଦି ଚଞ୍ଚଳ ମୁଖାର୍ଜୀଙ୍କ ସହ ସମ୍ପର୍କ ବା ଆର୍ଥିକ କାରବାର ନେଇ ସିବିଆଇ ଚଢ଼ଉ କରୁଥାଏ ତେବେ ତାଙ୍କୁ ନ ଆଣି ଏଭଳି ରେଡ କରୁଥିବା କହିଛନ୍ତି ବିଷ୍ଣୁପଦ।

ତିରୁପତି ଶ୍ରୀଭେଙ୍କଟେଶ୍ୱର ମନ୍ଦିର ଲଡୁରେ ଅପମିଶ୍ରଣ ନେଇ ବିବାଦ ଘଟଣାରେ ସିବିଆଇ ପକ୍ଷରୁ ଗଠିତ ଏସଆଇଟି ୪ ଜଣଙ୍କୁ ଗିରଫ କରିଛି

ଗିରଫ ବ୍ୟକ୍ତିମାନେ ହେଲେ ଭୋଲେ ବାବା ଡାଇରୀର ପୂର୍ବତନ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବୀ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡାଏରୀର ରାଜୁ ରାଜଶେଖରନ। ଏସଆଇଟି ପକ୍ଷରୁ କୁହାଯାଇଛି ଯେ, ବୈଷ୍ଣବୀ ଡାଇରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ ଏବଂ ଟେଣ୍ଡର ପ୍ରକ୍ରିୟାକୁ ହେରଫେର କରିବା ପାଇଁ ନକଲି ରେକର୍ଡ ମଧ୍ୟ ପ୍ରସ୍ତୁତ କରିବାରେ ସଂପୃକ୍ତ ଥିଲେ।
ଏସଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଷ୍ଣବୀ ଡାଏରୀ ଦାବି କରିଥିଲା ​​ଯେ ଭୋଲେ ବାବା ଡାଏରୀରୁ ଘିଅ ଆଣୁଛି। କିନ୍ତୁ ବୈଷ୍ଣବୀ ଡାଏରୀର ତିରୁମାଲା ତିରୁପତି ଦେବସ୍ଥାନମର ଚାହିଦା ପୂରଣ ଘିଅ ଯୋଗାଣ କରିବାର କ୍ଷମତା ନାହିଁ। ଯେଉଁଥିରୁ ଖିଅ ବାହାର କରି ଅନୁସନ୍ଧାନ କରାଯାଇଥିଲା ଓ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଥାଉ କି ତିରୁପତି ମନ୍ଦିରରେ ପ୍ରସାଦ ଲାଗି ହେଉଥିବା ଲଡୁରେ ଚର୍ବି ଭାଗ ରହିଥିବା ନେଇ ଏକ ପରୀକ୍ଷାରୁ ଜଣାପଡିଥିଲା। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ପୂର୍ବ ଜଗନମୋହନ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।  ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଏସଆଇଟି ଗଠନ କରାଯାଇଥିଲା। ଯେଉଁଥିରେ ସିବିଆଇର ୨ ଜଣ ଅଧିକାରୀ, ୨ ଜଣ ଆନ୍ଧ୍ର ପ୍ରଦେଶ ସରକାରୀ ଅଧିକାରୀଙ୍କ ସମେତ ଜଣେ ଏଫଏସଏସଏଆଇର ପ୍ରତିନିଧି ରହିଥିଲେ।