TT Ads

ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ଯେଉଁ ଦଳରୁ ସାଂସଦ ହୋଇ କ୍ଷମତାକୁ ଆସିଥିଲେ ଅସୁବିଧା ବେଳେସେହି ଦଳ ଶେଷରେ ହାତ ଛାଡ଼ିଦେଲେ। ଏମିତି ହୋଇଛି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦିନେଶ ଶର୍ମାଙ୍କ କ୍ଷେତ୍ରରେ।
ସିଜେଆଇଙ୍କ ବିରୋଧରେ ଏହି ଦୁଇ ସାଂସଦ ଦେଇଥିବା ମନ୍ତବ୍ୟକୁ ନେଇ ଦଳ ସେମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି।
ପ୍ରକାଶ ଥାଉ କି ଦେଶରେ ଯେତେ ବି ଅରାଜକତା ବଢୁଛି ସେଥିପାଇଁ ସିଜେଆଇ ଦାୟୀ ବୋଲି ସାଂସଦ ନିଶିକାନ୍ତ ମନ୍ତବ୍ୟ ଦେଇଥିଲେ। ଏହା ସେମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏକ୍ସ ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ଏହା ସେମାନଙ୍କ ବ୍ୟକ୍ତିଗତ ମତ ଓ ଏହାକୁ ଦଳ ସମର୍ଥନ କରେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଏମିତି କି ଦିନେଶ ଓ ଦୂବେ ଦେଇଥିବା ମନ୍ତବ୍ୟ ସହ ଦଳର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ବିଜେପି ବିଚାର ବିଭାଗ ଉପରେ ବିଶ୍ୱାସ କରେ ଓ କୌଣସି ନେତା ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ ଦୁଇ ସାଂସଦଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବିଜେପି ନିଜର ଦୋଷ ଘୋଡାଇବାକୁ ପାଇଁ ଚେଷ୍ଟା କରୁଛି। ଦେଶର ନ୍ୟାୟପାଳିକା ପ୍ରତି ବିଜେପି ସାଂସଦମାନେ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ଦଳ ସେମାନଙ୍କୁ ନିଲମ୍ବନ କରିବା ଜରୁରୀ ବୋଲି କଂଗ୍ରେସ ଦାବି କରିଛି।

TT Ads

Leave a Reply

Your email address will not be published. Required fields are marked *