ବିଶ୍ୱ ସ୍ୱାସ୍ଥ୍ୟ ପ୍ରତି ସାଂଘାତିକ ବିପଦ ସାଜିଥିବା ଏଡ୍ସ ସୃଷ୍ଟିକାରୀ ଏଚଆଇଭିକୁ ଏଣିକି କରିହେବ ପ୍ରତିହତ। ଏହାର ପ୍ରତିଶେଧକ ବ୍ୟବସ୍ଥା ସଫଳ ହୋଇଛି।
ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟିକା ତିଆରି ହୋଇ ନ ଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି।
ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟିକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ।
ଏଠାରେ କୁହାଯାଇପାରେ ଯେ, ଏହି ଟିକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟିକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି।
ଆମେରିକାର ପ୍ରତିଷ୍ଠିତ ବାୟୋ ଫାର୍ମା ଏକ ପ୍ରତିରୋଧକ ଔଷଧ ଭାବରେ ଲେନାକାପାଭିର ପ୍ରସ୍ତୁତ କରିଛି। ଏହି ଟିକାର ପ୍ରଭାବ ଉପରେ ତିନିଟି ଗବେଷଣା କରାଯାଇଥିଲା। ତିନୋଟି ପ୍ରମୁଖ ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ଏହି ଇଞ୍ଜେକ୍ସନ ନେବା ପରେ ମହିଳାଙ୍କଠାରେ ଶୂନ୍ୟ (୧୦୦%) ସଂକ୍ରମଣ ହୋଇଥିଲା, ଏବଂ ପୁରୁଷମାନଙ୍କଠାରେ କେବଳ ୦.୧% ସଂକ୍ରମଣ ଦେଖାଯାଇଥିଲା। ଏହି ଗବେଷଣା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ହୋଇଥିଲା।