ବିଶ୍ୱ ସ୍ୱାସ୍ଥ୍ୟ ପ୍ରତି ସାଂଘାତିକ ବିପଦ ସାଜିଥିବା ଏଡ୍‌ସ ସୃଷ୍ଟିକାରୀ ଏଚଆଇଭିକୁ ଏଣିକି କରିହେବ ପ୍ରତିହତ। ଏହାର ପ୍ରତିଶେଧକ ବ୍ୟବସ୍ଥା ସଫଳ ହୋଇଛି
ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟିକା ତିଆରି ହୋଇ ନ ଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି।
ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍‌ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟିକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍‌ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ।
ଏଠାରେ କୁହାଯାଇପାରେ ଯେ, ଏହି ଟିକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟିକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି।
ଆମେରିକାର ପ୍ରତିଷ୍ଠିତ ବାୟୋ ଫାର୍ମା ଏକ ପ୍ରତିରୋଧକ ଔଷଧ ଭାବରେ ଲେନାକାପାଭିର ପ୍ରସ୍ତୁତ କରିଛି। ଏହି ଟିକାର ପ୍ରଭାବ ଉପରେ ତିନିଟି ଗବେଷଣା କରାଯାଇଥିଲା। ତିନୋଟି ପ୍ରମୁଖ ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ଏହି ଇଞ୍ଜେକ୍ସନ ନେବା ପରେ ମହିଳାଙ୍କଠାରେ ଶୂନ୍ୟ (୧୦୦%) ସଂକ୍ରମଣ ହୋଇଥିଲା, ଏବଂ ପୁରୁଷମାନଙ୍କଠାରେ କେବଳ ୦.୧% ସଂକ୍ରମଣ ଦେଖାଯାଇଥିଲା। ଏହି ଗବେଷଣା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନରେ ପ୍ରକାଶିତ ହୋଇଥିଲା।

କୋଭିଡ ୧୯ ର ଆତଙ୍କ ମନରୁ ଯାଇ ନ ଥିବା ବେଳେ ଏବେ ପୁଣି କରୋନା ଆତଙ୍କ ଖେଲାଉଛି। ଗତ କିଛିଦିନ ତଳେ ହଂ କଂ ରେ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ଦୁଇ ଜଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଗୁରୁତର ଥିଲା।
ମୃତକଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ଥିଲା ଓ ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ ବା କିଡ୍‌ନି ରୋଗରେ ପୀଡିତ ଥିଲେ। ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ନୁହେଁ ବରଂ ପୂର୍ବ ସ୍ଥିତି ଯୋଗୁଁ ହୋଇଛି ବୋଲି ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରୁଥିବାର ଆଶଙ୍କା ବୃଦ୍ଧି ପାଇଛି।
ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି। ସେମାନଙ୍କୁ ବୁଷ୍ଟର୍‌ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍‌ର ଏକ ନୂତନ ଲହର ଦେଇ ଗତି କରୁଛି। ଗତ ପାଞ୍ଚ-ଛଅ ସପ୍ତାହ ମଧ୍ୟରେ ଚୀନ୍‌ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି । ଏପଟେ ହଂକଂ ଏବଂ ସିଙ୍ଗାପୁରରେ ମଧ୍ୟ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି। ଭାରତ ପାଇଁ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଠି ହେବାକୁ ଯାଉଛି।

କାର୍‌ ଭିତରେ ଖେଳୁଥିଲେ; ଡୋର୍‌ ଲକ୍‌ ହୋଇଗଲା