TT Ads

ଆପଣମାନଙ୍କ ପ୍ରୟାଗରାଜ ଆଗମନ ବହୁତ୍ ହୋଇଗଲା। ଆମର ଖାଇବା, ପିଇବା ସବୁ ଏକପ୍ରକାର ବନ୍ଦ ହୋଇଗଲାଣି। ଦୟାକରି ଆଉ ପ୍ରୟାଗ ଆସନ୍ତୁନି। ଆମକୁ ଟିକେ ଶାନ୍ତିରେ ରହିବାକୁ ଦିଅ। ଏଭଳି କହି ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛନ୍ତି ପ୍ରୟାଗରାଜବାସୀ

ସାମାଜିକ ଗଣମାଧ୍ୟମରେ ଏଭଳି କହି ଲୋକଙ୍କୁ ଅନୁରୋଧ କରିଛନ୍ତି ପ୍ରୟାଗରାଜର ଜଣେ ଯୁବକ। ସେ ଆହୁରି କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ କୁଆଡେ ଆମେ ବାହାରି ପାରୁନୁ। ଦିନରାତି ଯୁଆଡେ, ଯେତେବେଳେ ଗଲେ ଘୋଘା, କେଁ କାଁ। ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣରୁ ଏବେ ତ ମୁକ୍ତି ଦିଅ। ବହୁତ ହେଇଗଲା ଆଉ ନୁହେଁ। ଏବେ ତ ପ୍ରୟାଗରାଜ ଆସିବା ବନ୍ଦ କର। ସେ ସେଠାକାର ଲୋକେ ଭୋଗୁଥିବା ସମସ୍ୟା କଥା କହିଛନ୍ତି।
ପ୍ରକାଶ ଥାଉ କି ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ସାରା ଦେଶରୁ ଲୋକ ପ୍ରୟାଗରାଜ ଆସୁଛନ୍ତି। ଦେଶର କୋଣ ଅନୁକୋଣରୁ ଲୋକ ଗାଡି କରି ପ୍ରୟାଗରାଜ ଆସୁଛନ୍ତି । କିଏ ବସରେ ଆସୁଛି ତ କିଏ ଟ୍ରେନରେ ତ କିଏ ପୁଣି ନିଜ କାରରେ। ଗୋଟେ ଗୋଟେ ଗାଁର ଲୋକେ ବସ କରି ଆସୁଛନ୍ତି। ସାରା ଦେଶରୁ ଲୋକଙ୍କ ଆଗମନ ଗୋଟିଏ ସହରକୁ ହେଉଥିବାରୁ ଏଠାରେ ଭିଡ ବଢୁଛି । ରାସ୍ତା ସାରା ବ୍ୟାରିକେଡ୍ ଲଗାଇବା ବି ଭିଡର ମାତ୍ରାକୁ ବଢାଉଛି । ଏତେ ଜାମ୍ ଦେଖା ଦେଉଛି ଯେ ୨ କିମି ରାସ୍ତା ଅତିକ୍ରମ କରିବାକୁ ୧୦ ଘଣ୍ଟା ଲାଗି ଯାଉଛି। ଯେଉଁଥିପାଇଁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି।

TT Ads

Leave a Reply

Your email address will not be published. Required fields are marked *