ଜଣେ ଅଟୋ ଚାଳକଙ୍କ ଚାପୁଡ଼ା ମାଡ଼ରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ଘଟିଛି। ମୃତ ପୂର୍ବତନ ବିଧାୟକ ହେଲେ ଗୋଆର ଲାଭୋ ସୂର୍ଯ୍ୟଜୀ ମାମଲେଦା। ସୂର୍ଯ୍ୟଜୀଙ୍କ ବୟସ ଏବେ ୬୮ ବର୍ଷ।
ଖବର ନେବାରୁ ଜଣାପଡ଼ିଛି ଯେ, ମାମଲେଦାର ଗୋଆର ବାସିନ୍ଦା। ୨୦୧୨ ମସିହାରେ ପୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବ୍ୟବସାୟିକ କାମରେ କର୍ଣ୍ଣାଟକାର ବେଲଗାଭି ଆସିଥିଲେ। ଖାଡେ଼ ବଜାରସ୍ଥିତ ଶ୍ରୀନିବାସ ଲଜ୍ରେ ରହୁଥିଲେ। ସେଠାକୁ ସେ ଏକ ଗଳିରେ ଯାଉଥିବା ବେଳେ ତାଙ୍କ କାର୍ ସହ ଏକ ଅଟୋ ଘଷି ହୋଇଯାଇଥିଲା। ଯାହାକୁ ନେଇ ଅଟୋ ଡ୍ରାଇଭର ମୁଜାହିଦ ସାନେଡିଙ୍କ ସହ ତାଙ୍କର ଯୁକ୍ତି ହୋଇଥିଲା। ଫଳରେ ଅଟୋ ଡ୍ରାଇଭର ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ସ୍ଥାନୀୟ ଲୋକେ ଅଟୋ ଡ୍ରାଇଭର ମୁଜାହିଦକୁ ଟାଣି ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଚାପୁଡ଼ା ମାଡ଼ରେ ମାମଲେଦାର ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


