TT Ads

ପ୍ରତ୍ୟେକ ଲୋକଙ୍କର ନଜର ବା ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଥାଏ। ଗୋଟିଏ ଜିନିଷକୁ ଯିଏ ଯେଉଁ ଦୃଷ୍ଟିଭଙ୍ଗୀରେ ଦେଖେ ତାକୁ ତାହା ସେମିତି ଦେଖାଯାଏ।
ଥରେ ଜଣେ ଗୁରୁ ତାଙ୍କର କିଛି ଶିଷ୍ୟଙ୍କୁ ଧରି ତୀର୍ଥ ଭ୍ରମଣରେ ବାହାରିଥିଲେ। କିଛି ବାଟ ଯିବା ପରେ ଗୁରୁଜୀଙ୍କୁ ଖୁବ୍ ଶୋଷ ଲାଗିଲା। ସେ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡାକି ତାଙ୍କ ଲାଗି ପାଣି ଆଣିବାକୁ କହିଲେ। ଶିଷ୍ୟ ଦୁହେଁ ବେଶ୍ କିଛି ବାଟ ଯିବା ପରେ ଆଗରେ ଗୋଟିଏ ଝରଣା ଥିବାର ଦେଖିଲେ। ହେଲେ ଝରଣାଟି ମଇଳା ଥିଲା। ଲୋକମାନେ ଶୌଚ ହେଉଥିଲେ। ଲୁଗା ସଫା କରୁଥିଲେ। ଗାଈ, ମେଣ୍ଢାଙ୍କୁ ଗାଧୋଇ ଦେଉଥିଲେ। ଏହା ଦେଖି ଜଣେ ଶିଷ୍ୟ ଆରଜଣକୁ କହିଲା, ଏ ପାଣି ଗୁରୁଜୀ ପିଇ ପାରିବେନି। ମୁଁ ଚାଲିଲି। ଏହା କହି ସେ ଫେରି ଆସିଲା। ଗୁରୁଜୀ ତା’ କଥା ଶୁଣି ଚୁପ୍ ରହିଲେ ଓ ଦ୍ୱିତୀୟ ଶିଷ୍ୟକୁ ଅପେକ୍ଷାକଲେ। କିଛି ସମୟ ପରେ ଦ୍ୱିତୀୟ ଶିଷ୍ୟଟି ଗୋଟିଏ ମାଟି ପାତ୍ରରେ କିଛି ଜଳ ଧରି ଆସି ପହଞ୍ଚିଲେ। ସେ ଜଳ କେଉଁଠୁ ଆଣିଲା ବୋଲି ଗୁରୁଜୀ ପଚାରିଲେ ତ ଶିଷ୍ୟଟି କହିଲା, ମୁଁ ସେହି ଝରଣାରୁ ପାଣି ଆଣିଛି।

ଗୁରୁଜୀ ପଚାରିଲେ, ଝରଣାଟି ମଇଳା ଥିଲା। ତା’ସତ୍ତ୍ୱେ ସେ ତାଙ୍କ ଲାଗି ମଇଳା ପାଣି ନେଇ ଆସିଲା। ଶିଷ୍ୟ କହିଲା, ଝରଣାଟି ମଇଳା ଥିଲା ସତ। ମାତ୍ର କିଛି ସମୟ ପରେ ମୁଁ ଦେଖିଲି, ମଇଳା ସବୁ ତଳେ ବସିଗଲା। ଆଉ ପାଣି ପରିଷ୍କାର ହୋଇଗଲା। ମୁଁ ସେହି ପରିଷ୍କାର ପାଣି ଆପଣଙ୍କ ଲାଗି ନେଇଆସିଛି।

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *