TT Ads

ଡାକ୍ତର ନରେନ୍ଦ୍ରବୈଜ୍ଞାନିକ ମାନସିକତାର ପ୍ରଚାର ପାଇଁ ମିଳିଲା ପୁରସ୍କାର ରାଶି

ଦାଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ପ୍ରଦାନ କରାଯାଇଛି। ପୁନେ ସହର ର ଏସଏମ ଯୋଶୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ମହାରାଷ୍ଟ୍ରର ପ୍ରଥମ ଆଇପିଏସ ଅଫିସର ଏବଂ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଡ଼. ମୀରାନ ଚଢ଼ା ବୋରୱାନଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁତାରଙ୍କୁ ସ୍ମାରକୀ ଟ୍ରଫି ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥଲେ। ଏହି ସଭାରେ ବିଶିଷ୍ଟ ଲେଖକ ଆନ୍ନା ହରି ସଲୁଙ୍କେ, ଉପନ୍ୟାସିକ ବିଳାସ ସେଲକେ, ଅନୁବାଦିକା ଅଞ୍ଜଳି ଚିପଲ୍କକଟି, ନାଟ୍ୟକାର ବାମନ ପଣ୍ଡିତ, ଶିକ୍ଷାବିତ ଡ଼. ଶରତ ଜାଭଡେକର ଯୋଗ ଦେଇଥିଲେ।

ମହାରାଷ୍ଟ୍ର ଫାଉଣ୍ଡେସନ ଆମେରିକା ପକ୍ଷରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ମାନସିକତା ପ୍ରସାର ପାଇଁ କାମକରୁଥିବା ବ୍ୟକ୍ତି ଏବଂ ସଂଗଠନକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କେରଳ ଶାସ୍ତ୍ର ସାହିତ୍ୟ ପରିଷଦ, ଅଲ୍ ଇଣ୍ଡିଆ ପିପୁଲସ ସାଇନ୍ସ ନେଟୱର୍କ ଭଳି ସଂଗଠନ ଏବଂ ତାମିଲନାଡୁ ପେରିୟର ମନିଆମାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଚାନସଲର୍ ବିଶିଷ୍ଟ ସଂସ୍କାରକ ଡ଼. କେ. ବିରମଣୀଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ପୂର୍ବରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ସୁତାର ଓଡ଼ିଶାରେ ଡାହାଣୀ ହତ୍ୟା ନିରୋଧ ଆଇନ ଆଣିବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି କରିବା, ବାସନ୍ଦ ପ୍ରଥାବିରୁଦ୍ଧରେ, ନରବଳୀ, ଚେଙ୍କ ଚିକିତ୍ସା ଆଦି କୁସଂସ୍କାର ଅନ୍ଧବିଶ୍ୱାସ ବିରୋଧରେ ଦୀର୍ଘ ୪୦ ବର୍ଷ ଧରି ନିରବଛିନ୍ନ ସଂଗ୍ରାମ ଜାରି ରଖିଛନ୍ତି। ଦୀର୍ଘ କୋଡ଼ିଏ ବର୍ଷ ଧରି ବୈଜ୍ଞାନିକ ଚର୍ଚ୍ଚା ନାମରେ ଏକ ପତ୍ରିକା ଜରିଆରେ ରାଜ୍ୟରେ ବୈଜ୍ଞାନିକ ଚେତନା ପ୍ରସାର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି।

TT Ads

Leave a Reply

Your email address will not be published. Required fields are marked *