TT Ads

ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଅଭୂତପୂର୍ବ ସଫଳତାର ସହ ଶେଷ ହୋଇଛି । ଏଥିରେ ମୋଟ ୧୪୫ଟି ପୁଞ୍ଜିନିବେଶ ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ରାସାୟନିକ ଓ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି ଓ ଧାତୁବିଜ୍ଞାନ, ଅକ୍ଷୟ ଶକ୍ତି, ଆଇଟି/ଆଇଟିଇଏସ୍, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ୧୨.୮୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ପୁଞ୍ଜିନିବେଶ ଦ୍ୱାରା ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିବ ଏବଂ ସମଗ୍ର ରାଜ୍ୟରେ ସାମଗ୍ରିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ସ୍ୱାକ୍ଷରିତ ବୁଝାମଣାପତ୍ର ବ୍ୟତୀତ ୪୪୮ ସଂଖ୍ୟକ ୩.୮୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଉଦ୍ଦେଶ୍ୟ ଫର୍ମ ପ୍ରାପ୍ତ ହୋଇଛି, ଯେଉଁଥିରେ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଏକ ବଡ଼ ସଫଳତା ହାସଲ କରିଛି, ଯେଉଁଥିରେ ରାଜ୍ୟକୁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ମୋଟ ୫୯୩ଟି ପ୍ରକଳ୍ପ ମିଳିଛି ଏବଂ ୨୦ରୁ ଅଧିକ କ୍ଷେତ୍ରରେ ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।

କନକ୍ଲେଭର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶାରେ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ହାସଲ କରିବା ଲକ୍ଷ୍ୟରେ ବ୍ୟବସାୟ ଇକୋ-ସିଷ୍ଟମରେ ଆହୁରି ଉନ୍ନତି ଆଣିବା ଦିଗରେ ପ୍ରତିକାରମୂଳକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଆସ୍ଥା ପ୍ରକଟ କରି ସେ କହିଛନ୍ତି ଯେ, ଏହି ମେଗା କନକ୍ଲେଭରେ ଆମର ସହଯୋଗୀ ଦେଶ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ସମେତ ୧୬ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଏହା ପ୍ରମାଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଉଦଯାପନୀ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

TT Ads

Leave a Reply

Your email address will not be published. Required fields are marked *