TT Ads
ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା
୭ ଦିନ ପରେ ଗାଁକୁ ଫେରିଲା ମୃତଦେହ  
ପୁଅ ଜନ୍ମ ହେବାର ଖବର ପାଇଁ ଖୁସିରେ ଛାତି ଫାଟି ପଡ଼ୁଥିଲା। ଦିନେ ନୁହେଁ କି ଦୁଇଦିନ ନୁହେଁ ପୂରା ଦଶମାସ କାଳ ଅପେକ୍ଷା କରିଥିଲା ପୁଅକୁ ଦେଖିବା ପାଇଁ। ଆଉ ଦୁଇମାସ ପରେ ଗାଁକୁ ଆସିଥାନ୍ତା ବାପା। କିନ୍ତୁ ପୁଅକୁ ଦେଖିବା ଆଗରୁ ସବୁକିଛି ଗଡ଼ବଡ଼ ହୋଇଗଲା। ଆଉ ଫେରିପାରିଲାନି ବାପା। ଫେରିଲା ବାପାର ମୃତଦେହ
ବାପା-ପୁଅ ଭେଟାଭେଟି ହେବା ଆଗରୁ ଦୁବାଇରେ ଚାଲିଗଲା ବାପାର ଜୀବନ। ଏଭଳି ଏକ ହୃଦୟବିଦାରକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁଟ ଗ୍ରାମରୁ। ଗାଁର କମଳ କୁମାର ନାୟକ କାମ କରି ଅର୍ଥ ରୋଜଗାର କରିବା ଆଶାରେ ୧୬ ମାସ ତଳେ ଦୁବାଇ ଯାଇଥିଲେ। ସେ ଯିବାର ୮ ମାସ ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅର ସ୍ୱନକ୍ଷେତ୍ରକୁ ଗାଁକୁ ଆସିଥାନ୍ତେ କମଳ। କିନ୍ତୁ ଗାଁକୁ ଆସିବା ର୍ପୂବରୁ ଗତ ୧୮ ତାରିଖରେ ଦୁବାଇରେ ମୃତ୍ୟୁ ଘଟିଥିଲା। ରବିବାର ବିଳମ୍ବିତ ରାତିରେ ତାଙ୍କ ମରଶରୀର ଗାଁକୁ ଆସିଥିଲା। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଭେଜିପୁଟ ଗ୍ରାମରେ ଉପସ୍ଥିତ ରହି ସ୍ୱର୍ଗତ କମଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମଧ୍ୟରାତ୍ରୀରେ ଗାଁ ରେ ମୃତଦେହ ପହଞ୍ଚିବା ପରେ ପରିବାର ବର୍ଗ ଓ ସାହି ପଡୋଶୀଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଶୋକାକୁଳ ପରିବେଶ ମଧ୍ୟରେ କମଳଙ୍କ ମରଶରୀରକୁ ଗାଁ ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।
TT Ads

Leave a Reply

Your email address will not be published. Required fields are marked *