ବିଜେପିକୁ ଫେରିଲେ ରଘୁବର
ଭୁବନେଶ୍ୱର, ୧୧/୧: କିଛିବର୍ଷର ବ୍ୟବଧାନ ପରେ ପୁଣି ପ୍ରତ୍ୟକ୍ଷ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ନୂଆବର୍ଷ ପୂର୍ବରୁ ହଠାତ୍ ରଗୁବରଙ୍କୁ ରାଜ୍ୟପାଳ ପଦ ଛାଡ଼ିବା ପାଇଁ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଆସିବ ପରେ ସେ ତା ପରଦିନ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ରଘୁବରଙ୍କୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟସଭା ପଦବୀକୁ ପୂର୍ବରୁ ଲାଟ ସାହେବ ପଦବୀ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଜଗନ୍ନାଥ ଧାମରେ ମୁଁ ଏହା ଧାରା ଭାଙ୍ଗିଛି ବୋଲି କହିଛନ୍ତି। ୩୦ ଦିନରେ ଓଡ଼ିଶାର ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଛି ଓ ତାର ସମାଧାନ ପାଇଁ ଚେଷ୍ଟା କରିଛି। ୧୪ ମାସ ଧରି ରାଜ୍ୟପାଳ ରହିବା ସମୟରେ ଜଗନ୍ନାଥଙ୍କ ଭୂଇଁ ଓଡ଼ିଶାରେ ଏହି କାମ କରି ନୂଆ ରେକର୍ଡ କରିଛି ବୋଲି କହିଛନ୍ତି ରଘୁବର୍। ବିଶେଷକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚିଛି ବୋଲି କହିଛନ୍ତି କହିଛନ୍ତି ରଘୁବର। ସେ ପୁନର୍ବାର ଭାରତୀୟ ଜନତା ପାର୍ଟିରେ ମିଶିବା ଅବସରରେ ଏହା କହିଛନ୍ତି।
ଏଠାରେ ପ୍ରକାଶ ଥାଉ ଯେ, ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ରଘୁବରଙ୍କ ପୁଅ ରାଜଭବନ କର୍ମଚାରୀଙ୍କୁ ମାଡ଼ ମାରିବା ନେଇ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିଲେ।


