TT Ads

ଆଉ ୩ ଦିନ ଧରି କୁହୁଡ଼ି କରିବ କଲବଲ
ଭୁବନେଶ୍ୱର, ୧୧/୧(ଓଡ଼ିଶା ଜାଗରଣ): ଆଉ ତିନିଦିନ କୁହୁଡି। ପରେ କଲବଲ କରିବ ଶୀତ। ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଥିବା କୁହୁଡ଼ି ୧୪ ତାରିଖ ପର୍ଯ୍ୟନ୍ତ ଜାରିରହିବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏମିତି କି ବିଳମ୍ବିତ ରାତିରେ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖା ଯାଇ ନ ପାରେ। ଅପରକ୍ଷେ ତିନି ଦିନରେ ଶୀତର ପ୍ରକୋପ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇବ।

ରାଜ୍ୟରେ ଶୀତର ଲହରି ଜାରି ରହିଛି୤ କିନ୍ତୁ ୧୪ ତାରିଖ ପର୍ଯ୍ୟନ୍ତ ଶୀତ ସାମନ୍ୟ କମିବାକୁ ଥଲେ ମଧ୍ୟ ପରବର୍ତ୍ତୀ ସମରେ ପୂନର୍ବାର ଶୀତର ପ୍ରକୋପ ବୃଦ୍ଧି ପାଇ୤ ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସ ପାଇବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି୤

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୩ ଦିନ ଯାଏଁ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ୤ ତେଣୁ ଶୀତ କମିବାର ସମ୍ଭାବନା ରହିଛି୤ ୩ ଦିନ ପରେ ସର୍ବନିମ୍ନ ତାପମାତ୍ରର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଅର୍ଥାତ ଶୀତ ବଢ଼ିବାର ସମ୍ଭାବନା ରହିଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପାରେ।

TT Ads

Leave a Reply

Your email address will not be published. Required fields are marked *