TT Ads

ଇଚ୍ଛାର ଶେଷ ନାହିଁ । ଏ କଥାଟି ବୁଝିବା ଲାଗି ରାଜା ଯଯାତିଙ୍କୁ ଲକ୍ଷାଧିକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଯଯାତିଙ୍କର ପତ୍ନୀ ଥିଲେ ଦେବଯାନୀ । ଦିନେ ଯଯାତି ଓ ଦେବଯାନୀଙ୍କ ମଧ୍ୟରେ କଳହ ହେଲା । ଏକଥା ଦେଖି ଦେବଯାନୀଙ୍କ ବାପା ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ଅଭିଶାପ ଦେଇ ଅସମୟରେ ବୁଢ଼ା କରିଦେଲେ । ଯଯାତି ନିଜର ଭୁଲ ସ୍ୱୀକାର କରିବା ପରେ ଶୁକ୍ରାଚାର୍ଯ୍ୟ କହିଲେ: ଯଦି ତୁମ ପୁଅମାନଙ୍କ ଭିତରୁ କେହି ଜଣେ ତା’ର ଯୌବନ ତୁମକୁ ଦେଇ ତୁମର ବାର୍ଦ୍ଧକ୍ୟ ସେ ବରଣ କରିନେବାକୁ ରାଜି ହେବ ତା’ହେଲେ ତୁମେ ପୁଣିଥରେ ଯୁବକ ହୋଇ ତୁମର ଇଚ୍ଛା ପୂରଣ କରିପାରିବ । ଯଯାତିଙ୍କର ପାଞ୍ଚପୁଅ ଥିଲେ । କେବଳ ସାନପୁଅ ପୁରୁ ବାପାଙ୍କୁ ନିଜର ଯୌବନ ଦେଇ ତାଙ୍କର ବାର୍ଦ୍ଧକ୍ୟ ବରଣ କଲା । ଯଯାତି ପୁଣିଥରେ ଯୁବକ ହୋଇଗଲେ । ଭୋଗ ବିଳାଶରେ ବୁଡ଼ିଗଲେ । ଅପସରାଙ୍କୁ ଉପଭୋଗ କଲେ । ବର୍ଷ ପରେ ବର୍ଷ ବିତିଗଲା । ଯଯାତିଙ୍କର ଦିନେ ଜ୍ଞାନୋଦୟ ହେଲା । ସେ ଭାବିଲେ, ମୁଁ ଜୀବନକୁ ଯେତେ ଉପଭୋଗ କରୁଛି ମୋ ଭିତରର ଇଚ୍ଛା ସେତେ ବଢୁଛି । ଏହାର ଶେଷ କେଉଁଠି? ପୁଣି, ସେ ନିଜ ଯୌବନ ନୁହେଁ, ନିଜ ପୁଅର ଯୌବନକୁ ଉପଭୋଗ କରୁଛନ୍ତି । ଏସବୁ ବୁଝିବା ପରେ ତାଙ୍କର ନିଜ ପ୍ରତି ଘୃଣା ଆସିଲା । ସେ ପୁରୁଙ୍କୁ ତାଙ୍କର ଯୌବନ ଫେରାଇଦେଲେ ଓ ତା’ ହାତରେ ରାଜ୍ୟଭାର ଦେଇ ଜଙ୍ଗଲକୁ ଚାଲିଗଲେ ।

                                       – ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *