TT Ads

ନୂଆଦିଲ୍ଲୀ, ୧୧/୧: ବନ୍ଧୁକ ରଖିଛନ୍ତି କି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଅସାବଧାନତା ଯୋଗୁଁ ତାହା ଫୁଟି ଯାଇପାରେ। ପଞ୍ଜାବରେ ଶୁକ୍ରବାର ରାତି ସାଢ଼େ ୧୨ ଟାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପଞ୍ଜାବର ଲୁଧିଆନା (ପଶ୍ଚିମ) ବିଧାୟକ ଗୁରୁପ୍ରିତ୍ ଗୋଗି ନିଜ ଘରେ ରଖିଥିବା ବନ୍ଧୁକ ସଫା କରୁଥିବା ବେଳେ ଅସାବଧାନତା ଯୋଗୁ ତାହା ଫୁଟି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଦୟାନନ୍ଦ ମେଡ଼ିକାଲ ଓ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ପୁଲିସ ଘଟଣାର ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପଞ୍ଜାବ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

TT Ads

Leave a Reply

Your email address will not be published. Required fields are marked *