ଓଡ଼ିଶା ରାଜନୀତିରେ ବିଭିନ୍ନ ସମୟରେ ଭିନ୍ନ ଏଵଂ ରୋଚକ ଘଟଣା ଘଟିଛି। କଂଗ୍ରେସ ସରକାର ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବସନ୍ତ ବିଶ୍ଵାଳ ଥିଲେ ସୁପର୍ ସିଏମ୍।

୧୯୮୦ ମସିହାରେ ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ ହୋଇଗଲା । ଓଡ଼ିଶାରେ ଗଠିତ ସରକାରରେ ମୁଖ୍ୟମନ୍ତ୍ରୀ ହେଲେ ଜାନକୀ ବଲ୍ଲଭପଟ୍ଟନାୟକ । କାରଣ ସେତେବେଳକୁ ନନ୍ଦିନୀ ଶତପଥୀ କଂଗ୍ରେସରୁ ବିଦାୟ ନେଇ ସାରିଥାନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସେପରି ପ୍ରତିବାଦୀ ଆଉ ବି କେହି ନଥିଲେ।

ମନ୍ତ୍ରୀମଣ୍ଡଳ କରେ ଯୋଗ ଦେଇଥିବା ଏକ ନବୀନତମ ପ୍ରତିଭା ବସନ୍ତ କୁମାର ବିଶ୍ଵାଳଙ୍କୁ ପାହ୍ୟା ମିଳିଥିଲେ ସୁଦ୍ଧା ସେ ଓଡ଼ିଶାରେ ଏକ ନିର୍ମାଣ ଯୁଗର ଆରମ୍ଭ କରିଦେଲେ। ରାଷ୍ଟ୍ରମନ୍ତ୍ରୀ ପା ସହସ୍ର ବର୍ଷର ବର୍ଷର ସହର ମର୍କତନଗରୀ କଟକକୁ ସୁରମ୍ୟ ରୂପ ଦେବା ସହ ରାଜଧାନୀ ଭୁବନେଶ୍ଵର ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ଯ ନବନିର୍ମାଣର କାଉଁରୀ ସ୍ପର୍ଶ ଦେଇ ରାଜ୍ୟର ସର୍ବତ୍ର ଲୋକପ୍ରିୟ ହୋଇଗଲେ। ଲୋକେ ତାଙ୍କୁ ‘ସୁପର୍‌ ଚିଫ୍ ମିନିଷ୍ଟର’ ଆଖ୍ୟା ଦେଇଥିଲେ।

ସୁପର ଚିଫ ମିନିଷ୍ଟର ଆଖ୍ୟା ଓ ବନ୍ଧିତ ଲୋକପ୍ରିୟତା ତାଙ୍କୁ ମହଙ୍ଗା ପଡ଼ିଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭବଲ୍ଲଭ ପଟ୍ଟନାୟକ ପରବର୍ତ୍ତୀ ସମୟରେ ସୁପର ଚିଫମିନିଷ୍ଟରଙ୍କୁ ନିଜ ଚିଫମିନିଷ୍ଟର ସିପ ପାଇଁ ଏକ କଣ୍ଟକିତ କାକ୍‌ଟସ୍ ମନେକରି ତାଙ୍କୁ ମୂଳରୁ ଓପାଡି ଦେବାର ଯୋଜନା କରିଥିଲେ।

– ସ୍ୱରଲିପିର ସ୍ୱର, ଭାଗବତ ପ୍ରସାଦ ମହାନ୍ତି

 

ଓଡ଼ିଆ ଅସ୍ମିତାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳ ଚର୍ଚ୍ଚା ଆଲୋଚନା କରୁଛନ୍ତି। ତେବେ ଅତୀତକୁ ଅନୁଧ୍ୟାନ କଲେ ବିଭିନ୍ନ ରାଜନୈତିକ ଦଳ କିଭଳି ଓଡ଼ିଶାରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ପଠାଇ ଓଡ଼ିଆ ଅସ୍ମିତାକୁ ବିଦାରି ଦେଇଥିଲେ ତାହା ଆସନ୍ତୁ ଜାଣିବା।
ନିଜକୁ ଆଦର୍ଶର ଦଳ କହୁଥିବା ଭାରତୀୟ ଜନତା ପାର୍ଟି ୨୦୦୪ ମସିହାରେ ଛାତ୍ରପାଳ ସିଂ ଲୋଧା ଓ ୨୦୦୮ ମସିହାରେ ବଲବିର ପୁଞ୍ଜଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା।
ପରବର୍ତ୍ତୀ ସମୟରେ ଛାତ୍ରପାଳ ସିଂ ଲୋଧା ଲଜ୍ଜାଜନକ ଭାବେ ନିଜର ସଭ୍ୟପଦ ହରାଇବା ପରେ ଲଜ୍ଜାଜନକ ଭାବେ ଓଡ଼ିଶା ଭାଜପାର ମୁଣ୍ଡ ତଳକୁ ନାଇଁ ଯାଇଥିଲା।
ପରବର୍ତ୍ତୀ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ କରି ଏହାର ଭରଣା କରାଯିବାକୁ ଚେଷ୍ଟା କରା ଯାଇଥିଲା।
କେବଳ ଭାଜପା ନୁହେଁ ୧୯୯୨ ମସିହାରେ ଜନତା ଦଳ ପକ୍ଷରୁ ଏସଆର୍ ବୋମାଇଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ୨୯୮୪ ମସିହାରେ କଂଗ୍ରେସ କେରଳର କେ ବାସୁଦେବ ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରେରଣ କରି ରାଜନୀତିରେ ଓଡ଼ିଶା ରାଜନୀତି ଅସ୍ମିତାରେ ଦାଗ ଲଗାଇ ଯାଇଛନ୍ତି।

ତେବେ ଏବେ କ୍ଷମତାସୀନ ବିଜେପି ସରକାର ବିଜେଡି ସହଯୋଗରେ ରାଜସ୍ଥାନର ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଯଦିବା ଏହା ପଛରେ ଓଡ଼ିଶାର ସ୍ବାର୍ଥ ନିହିତ ଥିବା ବିଜେଡି ବିଭିନ୍ନ ସମୟରେ ସଫେଇ ଦେଇଛି ତେବେ ଏହା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ କି? ବାସ୍ତବିକ୍ ଏହା ଅସ୍ମିତାକୁ ନେଇ ରାଜନୀତି କରିବାର ଅଧିକାର ଦଳଗୁଡ଼ିକଠାରୁ ଛଡ଼ାଇ ନେଇଛି ବୋଲି କୁହାଯାଇ ପାରେ। (ଅବସିଷ୍ଟାଂଶ ଆର ଥରକୁ…)

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ