ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଚୀନ ପର୍ଯ୍ୟଟକଙ୍କ ପାଇଁ ଭାରତ ବୁଲିବାର ସୁବିଧା ମିଳିବ। ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ। ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୦୨୦ରେ ଭାରତ ସମସ୍ତ ପର୍ଯ୍ୟଟନ ଭିସାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲା। ସେବେଠାରୁ ଚୀନ୍ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଥିଲା।
ଭାରତୀୟ ଦୂତାବାସ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ‘ଭାରତ ଭ୍ରମଣ ପାଇଁ ୨୪ ଜୁଲାଇ, ୨୦୨୫ଠାରୁ, ଚୀନ୍ ନାଗରିକମାନେ ପର୍ଯ୍ୟଟନ ଭିସା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ପ୍ରଥମେ ୱେବ୍ ଲିଙ୍କରେ ଅନଲାଇନ୍ ଭିସା ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପଡିବ। ଏହା ପରେ, ୱେବ୍ ଲିଙ୍କରେ ଏକ ନିଯୁକ୍ତି ନେବାକୁ ପଡିବ। ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଆବେଦନ ଦାଖଲ କରିବା ପାଇଁ ସେମାନଙ୍କୁ ପାସପୋର୍ଟ, ଭିସା ଆବେଦନ ପତ୍ର ଏବଂ ଅନ୍ୟାନ୍ୟ ସମ୍ପର୍କିତ ଡକ୍ୟୁମେଣ୍ଟ ଆଣିବାକୁ ପଡିବ।
ପ୍ରକାଶ ଥାଉ କି ଏହି ଭିସା ଅନୁମତି ପରେ ଚୀନ ନାଗରିକମାନେ ଭାରତ ପରିଭ୍ରମଣ କରିବାର ସୁଯୋଗ ପାଇବା ସହ ଭାରତର ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି କୁହାଯାଉଛି। କାରଣ ଭାରତକୁ ଆସୁଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ସିଂହଭାଗ ପର୍ଯ୍ୟଟକ ଚୀନରୁ ଆସିଥାନ୍ତି। ଏହାଦ୍ୱାରା କେବଳ ପର୍ଯ୍ୟଟନ ଶିଳ୍ପର ବିକାଶ ହେବନାହିଁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୃଢ଼ ହେବ ବୋଲି ଆଶା କରାଯାଉଛି।