TT Ads

ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିପୋର୍ଟ ୨୦୨୩-୨୦୨୪(ଏଡିଆର୍) ତଥ୍ୟ ଅନୁଯାୟୀ କେଉଁ ରାଜନୈତିକ ଦଳକୁ କେତେ ଚାନ୍ଦା ମିଳିଛି ତାହା ଲୋକଲୋଚନକୁ ଆସିଛି। ଆଧାରରେ ପ୍ରସ୍ତୁତ କରାଯାଇଛି। ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ବିଭିନ୍ନ ଜାତୀୟ ଦଳଗୁଡ଼ିକୁ ୧୨,୫୪୭ ଜଣ ମୋଟ ୨୫୪୪.୨୮ କୋଟି ଟଙ୍କା ଚାନ୍ଦା ଦେଇଥିବା ଜଣା ପଡିଛି। ଚଣ୍ଡଦାତାଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ। ତେବେ ବିଭିନ୍ନ ଦଳକୁ ଆସିଥିବା ଚାନ୍ଦାରୁ ସର୍ବାଧିକ ୮୮ ପ୍ରତିଶତ କେବଳ ବିଜେପିକୁ ମିଳିଥିବା ଜଣା ପଡ଼ିଛି। ରିପୋର୍ଟ ଅନୁଯାୟୀ ବିଜେପିକୁ ମୋଟ ୨୮୧.୪୮ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ଦ୍ଵିତୀୟରେ କଂଗ୍ରେସ୍, ଆମ ଆଦମୀ ପାର୍ଟି, ସିପିଏମ, ନ୍ୟାସନାଲ ପିପୂଲ୍ସ ପାର୍ଟିକୁ ଅବଶିଷ୍ଟ ଚାନ୍ଦା ମିଳିଛି।
ସେହିଭଳି ୨୦୨୨ – ୨୩ ଆର୍ଥିକ ବର୍ଷ ବିଜେପିକୁ ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ୨୦୨୩-୨୪ ବର୍ଷ ୨୧୧.୭୨ ପ୍ରତିଶତ ବୃଦ୍ଧି ପାଇ ୨,୨୪୩.୯୪ ପ୍ରତିଶତରେ ପହଞ୍ଚିଛି। ସେହିଭଳି ପୂର୍ବବର୍ଷ କଂଗ୍ରେସକୁ ୭୯ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ୨୦୨୩ – ୨୪ ବର୍ଷ କଂଗ୍ରେସକୁ ମିଳିଛି ୨୮୧.୪୮ କୋଟି ଟଙ୍କା। କଂଗ୍ରେସର ଚାନ୍ଦା ୨୫୨.୧୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣା ପଡ଼ିଛି।

TT Ads

Leave a Reply

Your email address will not be published. Required fields are marked *